ଓଡିଶା

odisha

By

Published : Apr 19, 2022, 3:48 PM IST

ETV Bharat / bharat

Pakistan New Cabinet: ସରିଫ କ୍ୟାବିନେଟର 34ମନ୍ତ୍ରୀ ନେଲେ ଶପଥ

ଶପଥ ନେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସରିଫଙ୍କ କ୍ୟାବିନେଟର 34 ମନ୍ତ୍ରୀ । 31 କ୍ୟାବିନେଟ ଓ 3 ରାଷ୍ଟ୍ରମନ୍ତ୍ରୀ ପାହ୍ୟା ହୋଇଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା । ଚଳିତ ମାସ 11 ତାରିଖରେ ଶପଥ ନେଇଥିଲେ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଅଧିକ ପଢନ୍ତୁ

Pakistan new cabinet: ସରିଫ କ୍ୟାବିନେଟର 34 ମନ୍ତ୍ରୀ ନେଲେ ଶପଥ
PakiPakistan new cabinet: ସରିଫ କ୍ୟାବିନେଟର 34 ମନ୍ତ୍ରୀ ନେଲେ ଶପଥ stan new cabinet: ଶପଥ ନେଲେ ସରିଫ କ୍ୟାବିନେଟର 34 ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ମନ୍ତ୍ରୀ ମଣ୍ଡଳରେ ଆଜି (ମଙ୍ଗଳବାର) ସାମିଲ ହୋଇଛନ୍ତି 34 ଜଣ ନୂତନ ମନ୍ତ୍ରୀ । ଆଜି ସମସ୍ତ ମନ୍ତ୍ରୀଙ୍କୁ ପାକିସ୍ତାନର ବର୍ତ୍ତମାନ କାର୍ଯ୍ୟକାରୀ ରାଷ୍ଟ୍ରପତି ସାଦ୍ଦିକି ସଞ୍ଜରାନୀ ସପଥ ପାଠ କରାଇଛନ୍ତି । 34 ମନ୍ତ୍ରୀଙ୍କ ମଧ୍ୟରେ 31ଜଣ କ୍ୟାବିନେଟ ପାହ୍ୟାର ଥିବାବେଳେ ଅନ୍ୟ 3ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ପାକିସ୍ତାନର ସାମ୍ବିଧାନିକ ପରମ୍ପରା ଅନୁସାରେ ମନ୍ତ୍ରୀମାନେ ଇସଲାମୀୟ ଧର୍ମଗ୍ରନ୍ଥ ‘କୁରାନ’ ଛୁଇଁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।

ପୂର୍ବରୁ ମନ୍ତ୍ରୀମାନଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରାଯାଯାଇଥିଲା । ରାଷ୍ଟ୍ରପତି ଆରିଫ ଅଲଭି ଶପଥ ପାଠ କରାଇବା ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଳମ୍ବ ହୋଇଥିବା ପାକିସ୍ତାନ ଟିଭି ସୋ ରେ ଜଣେ ଶାସକ ଦଳ (PML-N) ସଦସ୍ୟ କହିଥିଲେ । ତେବେ ଆଜି କାର୍ଯ୍ୟବାହକ ରାଷ୍ଟ୍ରପତିଙ୍କ ଜରିଆରେ ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ।

ଗତ 11 ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହେଓ୍ବାଜ ସରିଫ । ଇମ୍ରାନ ଖାନଙ୍କ ସରକାର ଅନାସ୍ଥା ଭୋଟରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ପ୍ରମାଣ ଅଭାବରୁ କ୍ଷମତାଚ୍ୟତ ହେବା ପରେ ବିରୋଧୀ ଦଳର ନେତା ସେହେଓ୍ବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା । ତେବେ କ୍ଷମତାରୁ ହଟିବା ପରେ ଇମ୍ରାନ ଖାନ ଓ ତାଙ୍କ ଦଳ PTI ର ସମସ୍ତ ସାଂସଦ ଗୃହରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି । ସରିଫ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ତାଙ୍କ ସହ ସଦନରେ ବସିବେ ନାହିଁ ବୋଲି କହି ଇସ୍ତାଫା ଦେଇଥିଲେ ଇମ୍ରାନ ଖାନ । ତେବେ ଆଜି ସରିଫଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା ସହ କାର୍ଯ୍ୟ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ABOUT THE AUTHOR

...view details