ଓଡିଶା

odisha

ETV Bharat / bharat

ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଯୋଗୀ ସମ୍ପର୍କ ଚାହୁଁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ - ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଆଜି ପ୍ରତି ଉତ୍ତରରେ ସେ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ଭାରତ ସହ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମ୍ପର୍କ ଚାହୁଁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ଭାରତ ସହ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମ୍ପର୍କ ଚାହୁଁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

By

Published : Apr 12, 2022, 5:22 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଆଜି ପ୍ରତି ଉତ୍ତରରେ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପାକିସ୍ତାନ ମଧ୍ୟ ଭାରତ ସହ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମ୍ପର୍କ ଚାହୁଁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ସରିଫ୍‌ ।

ସେହିପରି ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମଧାନ ଚାହୁଁ ଥିବା ସେ କହିଛନ୍ତି । ଏଥିସହ ଜମ୍ମୁ ଏବଂ କାଶ୍ମୀର ସମେତ ଅନ୍ୟସ୍ଥାନରେ ଥିବା ବିବାଦକୁ ନେଇ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସରିଫ୍‌ କହିଛନ୍ତି । ତେବେ ଗତକାଲି ଏହି ସବୁ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ଆଳରେ ଏହି ସବୁ ବିଷୟରେ ଜଣାଇଥିଲେ ।

ସେହିଭଳି ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନର ତ୍ୟାଗ ଜଣାଶୁଣା ବୋଲି ଟୁଇଟ କରି ଏହା କହିଛନ୍ତି ସରିଫ୍‌ । ଏଥିସହ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଆମ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେବା ପାଇଁ କହିବା ସହ ମୋଦିଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେବାବେଳେ ସରିଫ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ଏହି ପ୍ରତି ଉତ୍ତର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ କେତେ ମଜବୁତ ହେଉଛି ତାହା ଆଗାମୀ ସମୟରେ ଦେଖିବାକୁ ବାକି ରହିଲା । ଏଥିସହ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ଙ୍କ ଭାରତ ପ୍ରତି କି ଆଭିମୁଖ୍ୟ ରହୁଛି ପରେ ଜଣାପଡିବ ।

@PTI

For All Latest Updates

ABOUT THE AUTHOR

...view details