ନୂଆଦିଲ୍ଲୀ: ଗରୁନାନକ ଦେବଙ୍କ ୫୫୨ ତମ ଜୟନ୍ତୀରେ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ପାକିସ୍ତାନ ଦେଲା ଭିସା । ୩୦୦୦ ଭାରତୀୟ ଶିଖଙ୍କୁ ଭିସା ଦେବା ପାଇଁ ସମ୍ମତି ପ୍ରକାଶ କରିଛି ପାକିସ୍ତନ । ଏନେଇ ଆଜି ନୂଆଦିଲ୍ଲୀରେ ଥିବା ପାକିସ୍ତାନର ହାଇକମିସନର ପକ୍ଷରୁ ସୂଚନା ଦିଆଯାଇଛି।
ଗରୁନାନକ ଦେବଙ୍କ ୫୫୨ତମ ଜୟନ୍ତୀ, 3 ହଜାର ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ - କରତାପୁର
ଗରୁନାନକ ଦେବଙ୍କ ୫୫୨ ତମ ଜନ୍ମବାର୍ଷିକରେ ୩୦୦୦ ଭାରତୀୟ ଶିଖଙ୍କୁ ଭିସା ଦେବା ପାଇଁ ସମ୍ମତି ପ୍ରକାଶ କରିଛି ପାକିସ୍ତାନ । ଅଧିକ ପଢନ୍ତୁ...
ପାକିସ୍ତାନର କରତାପୁରରେ ପାଳନ ହେଉଛି ଗରୁ ନାନକ ଦେବଙ୍କ ୫୫୨ ତମ ଜୟନ୍ତୀ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ସାମିଲ କରିବା ପାଇଁ ସମ୍ମତି ପ୍ରକାଶ କରିଛି ପାକିସ୍ତାନ । ଆଜି ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିସନର ପକ୍ଷରୁ ୩୦୦୦ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରାଯିବ ବୋଲି ପାକ ହାଇକମିସନର କହିଛନ୍ତି। ଆସନ୍ତା ନଭେମ୍ବର ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର କରତାପୁରରେ ଗରୁ ନାନକ ଦେବଙ୍କ ୫୫୨ ତମ ଜନ୍ମବାର୍ଷିକ ପାଳନ ହେଉଛି। ଏହି ସମୟରେ ତୀର୍ଥଯାତ୍ରୀ ମାନେ ଗୁରୁଦ୍ବାର ଜନ୍ମ ଆସ୍ଥାନ, ନାନକ ସହିବ ଏବଂ ଗୁରୁଦ୍ବାରା ଦରବାର ସାହିବ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ଭାରତ ପାକିସ୍ତାନ ଧର୍ମୀୟ ସ୍ଥଳ ଭ୍ରମଣ ୧୯୭୪ ଚୁକ୍ତି ଅନୁଯାୟୀ ପ୍ରଦାନ କରାଯାଇଛି । ଏହି ଚୁକ୍ତି ଅନୁଯାୟୀ ଦୁଇ ପୋଡଶୀ ଦେଶ ମଧ୍ୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ତୀର୍ଥ କାର୍ଯ୍ୟରେ ସାମିଲ ପାଇଁ ଉଭୟ ଦେଶର ନାଗରିକଙ୍କୁ ଅନୁମତି ପ୍ରଦାନର ବ୍ୟବସ୍ଥା ରହିଛି । ଏହି ଚୁକ୍ତି ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଠିକ ନଥିଲେ ମଧ୍ୟ ଏହି ଚୁକ୍ତି ଅନୁସାରେ ଭିସା ପ୍ରଦାନ କରାଯାଇଛି ।