ଶ୍ରୀନଗର:ଜମ୍ମୁକାଶ୍ମୀର ଉରି ଅଞ୍ଚଳ LOC ନିକଟରେ ମଙ୍ଗଳବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ଜଣେ ପାକ୍ ଆତଙ୍କବାଦୀକୁ ସେନା କାବୁ କରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ସୂଚନା ।
ଏହି ଗୁଳି ବିନିମୟରେ ୪ ଭାରତୀୟ ଯବାନ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ଖବର ପାଇଁ ଯବାନମାନେ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଉରି ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଏମାନଙ୍କୁ କାବୁ କରିଥିଲେ ଭାରତୀୟ ଯବାନ ।