ନୂଆଦିଲ୍ଲୀ:ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଉଦ୍ୟମ ସମ୍ପର୍କରେ ଭାରତୀୟ ସେନା ଏକ ବଡ଼ ଖୁଲାସା କରିଛି । ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଜଣେ କର୍ଣ୍ଣେଲ ଆତଙ୍କବାଦୀଙ୍କୁ 30 ହଜାର ଟଙ୍କା ଦେଇ ପଠାଇଥିଲେ । ସେନା ଦ୍ବାରା ଗିରଫ ଆତଙ୍କବାଦୀ ଏହି କଥା ସ୍ବୀକାର ମଧ୍ୟ କରିଥିବା ସେନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ।
ପରେ ମାନବିକତା କାରଣରୁ ଉକ୍ତ ଗିରଫ ଆତଙ୍କବାଦୀକୁ ଚିକିତ୍ସା ପରେ (terrorist captured in JK) ପାକିସ୍ତାନ ପଠାଯାଇଥିଲା । ଗତ କିଛି ଦିନ ଧରି ଭାରତୀୟ ସେନା ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେନା ଦ୍ବାରା ଜାରି କରାଯାଇଥିବା ଏକ ପ୍ରେସନୋଟରେ କୁହାଯାଇଛି ଯେ ଅଗଷ୍ଟ 21 ତାରିଖ ସକାଳେ ନୋଶେରା ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇରୁ ତିନିଜଣ ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିଥିଲା । ଜଣେ ଆତଙ୍କବାଦୀକୁ ଗୁଳି କରାଯିବା ପରେ ଆହତ ଅବସ୍ଥାରେ କାବୁ କରାଯାଇଥିଲା ।