ଓଡିଶା

odisha

ତିରୁପତି ଷ୍ଟେସନ ନିକଟରେ ପଦ୍ମାବତୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ବଗିରେ ନଥିଲେ ଯାତ୍ରୀ

By

Published : Jul 19, 2023, 7:48 PM IST

ତିରୁପତି ଷ୍ଟେସନ ନିକଟରେ ପଦ୍ମାବତୀ ଏକ୍ସପ୍ରେସର ଗୋଟଏ ବଗି ଲାଇନଚ୍ୟୁତ । କୌଣସି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କଲା ରେଳବାଇ । ଟ୍ରେନଟି ୟାର୍ଡରୁ ପ୍ଲାଟଫର୍ମକୁ ଆସୁଥିବାରୁ ନଥିଲେ କେହି ଯାତ୍ରୀ ନଥିଲେ । ଅଧିକ ପଢନ୍ତୁ

ତିରୁପତି ନିକଟରେ ପଦ୍ମାବତୀ ଏକ୍ସପ୍ରେସ ଲାଇନଚ୍ୟୁତ
ତିରୁପତି ନିକଟରେ ପଦ୍ମାବତୀ ଏକ୍ସପ୍ରେସ ଲାଇନଚ୍ୟୁତ

ଅମରାବତି: ଆନ୍ଧ୍ର ପ୍ରଦେଶର ତିରୁପତି ରେଳ ଷ୍ଟେସନ ନିକଟରେ ପଦ୍ମାବତୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍‌ଟି ୟାର୍ଡରୁ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମକୁ ଯାଉଥିବା ବେଳେ ମାତ୍ର ଗୋଟିଏ ବଗି ଲଇନଚ୍ୟୁତ ହୋଇଛି । ଏଥିରେ କେହି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ । ଟ୍ରେନ୍‌ଟି ପ୍ଲାଟଫର୍ମରେ ଲାଗିବାକୁ ଯାଉଥିବାରୁ କେହି ଯାତ୍ରୀ ଏଥିରେ ବୋର୍ଡ କରିନଥିଲେ । ଟ୍ରେନଟି ତିରୁପତିରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରାଯାଉଥିଲା । ଏହା ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବରେ ଯାତ୍ରା ଆରମ୍ଭ କରିବା ନେଇ ରେଳ ବିଭାଗ ସୂଚନା ଦେଇଛି ।

ଖବର ମିଳିବା ପରେ ରେଳବାଇ ବୈଷୟିକ ଟିମ ସହ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଲାଇନଚ୍ୟୁତ ବଗିକୁ ପୁଣି ଟ୍ରାକକୁ ଅଣାଯାଉଛି । 7.45 ରେ ଏହି ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଏଥିରେ ଯାତ୍ରୀମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ମଧ୍ୟ ରେଳବାଇ କହିଛି । ଟ୍ରେନଟି ଲାଇନଚ୍ୟୁତ ହେବା ପରେ ଅନ୍ୟ କିଛି ଟ୍ରେନର ଯାତ୍ରା ସମୟରେ ମଧ୍ଯ ସାମାନ୍ୟ ବିଳମ୍ବ ହୋଇଛି । ତିରୁପତି-ସିକନ୍ଦରାବାଦ ରାୟାଲସୀମା ଏକ୍ସପ୍ରେସ ମଧ୍ୟ ସାମ୍ନାନ୍ୟ ବିଳମ୍ବିତ ହୋଇ ରାତି 8 ଟାରେ ଛାଡିବା ନେଇ ରେଳବାଇ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ:-ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ

ବାଲେଶ୍ବର ବାହାନଗା ତ୍ରିକୋଣୀୟ ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି ଗତମାସ 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ‘ବିବେକ ଏକ୍ସପ୍ରେସ’ରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗିରୁ ଖୁବ ଜୋରରେ ଧୂଆଁ ବାହାରୁଥିବା ଦେଖାଯିବା ପରେ ଟ୍ରେନ୍‌ର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡିଥିଲେ ।

ସେହିପରି ବ୍ରହ୍ମପୁର ଷ୍ଟେସନରେ ମଧ୍ୟ ଗତ ମାସ (ଜୁନ୍‌) 6 ତରିଖରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନ୍‌ର B-5 ବଗିରେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବାହାରିବା ପରେ ଯାତ୍ରୀମାନେ ଭୟରେ ଯାତ୍ରା କରିବାକୁ ମନା କରିଥିଲେ । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ମରାମତି ସରିବା ପରେ ଏହା ପୁଣି ଗନ୍ତବ୍ଯସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details