ଓଡିଶା

odisha

By

Published : Jan 25, 2022, 10:14 PM IST

ETV Bharat / bharat

Padma Awards 2022: ତାଲିକାରେ ୧୨୮ ବିଶିଷ୍ଟ ବ୍ୟକ୍ତିବିଶେଷ

ସଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରକାଶ ପାଇଲା ପଦ୍ମ ସମ୍ମାନ ତାଲିକା । ତାଲିକାରେ ୧୨୮ ବିଶିଷ୍ଟ ବ୍ୟକ୍ତିବିଶେଷ । ଅଧିକ ପଢନ୍ତୁ

Padma Awards 2022: ତାଲିକାରେ ୧୨୮ ବିଶିଷ୍ଟ ବ୍ୟକ୍ତିବିଶେଷ
Padma Awards 2022: ତାଲିକାରେ ୧୨୮ ବିଶିଷ୍ଟ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ:ସଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଆଜି (ମଙ୍ଗଳବାର) ଦେଶରପଦ୍ମଶ୍ରୀ ସମ୍ମାନ ତାଲିକା ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ତିନୋଟି ଶ୍ରେଣୀରେ ପଦ୍ମବିଭୂଷଣ, ପଦ୍ମଭୂଷଣ, ଏବଂ ପଦ୍ମଶ୍ରୀ ବର୍ଗରେ ମୋଟ 128 ଜଣଙ୍କୁ ସମ୍ମାନିତ କରାଯିବା ପାଇଁ ମନୋନିତ କରାଯାଇଛି ।

ଚର୍ଚ୍ଚିତ ଚେହେରା ଭାବେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତ ଓ ପୂର୍ବତନ ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କୁ ମରୋଣତ୍ତର ଭାବେ ସମ୍ମାନିତ କରାଯିବାକୁ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା, ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଏହି ସମ୍ମାନଜନକ ଆଓ୍ବାର୍ଡରେ ସମ୍ମାନିତ କରାଯିବ ।

ସେହିପରି କୋଭିଡ ଟିକା ଗବେଷଣା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଦେଇଥିବା ଟିକା ଉତ୍ପାଦନକାରୀ ସଂସ୍ଥାର ମୁଖ୍ୟଙ୍କୁ ମଧ୍ୟ ଏହି ତାଲିକାଭୂକ୍ତ କରାଯାଇଛି । ଟୀକା ନିର୍ମାତା ସେରମ୍ ପ୍ରତିଷ୍ଠାନର ମୁଖ୍ୟ ସାଇରସ୍ ପୁନାୱାଲା ଏବଂ ଭରତ ବାୟୋଟେକର ମୁଖ୍ୟ କୃିଷ୍ଣା ଏଲା ଏବଂ ସୁଚିତ୍ରା ଏଲାଙ୍କୁ ମଧ୍ୟ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି ।

ସେହିପରି ବିଶ୍ବ ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଭାରତୀୟଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ମାଇକ୍ରୋସଫ୍ଟ CEO ସତ୍ୟ ନାଡେଲା ଏବଂ ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ ସମ୍ମାନ ପାଇଁ ନାମିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details