ହାଇଦ୍ରାବାଦ:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ପ୍ରମୁଖ ମୋହନ ଭାଗବତଙ୍କ ହିନ୍ଦୁତ୍ବ ଓ ଲିଂଚିଂକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି । AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ମୋହନ ଭଗବତଙ୍କ ବୟାନକୁ ନେଇ ଟ୍ବିଟ ଯୋଗେ ମନ୍ତବ୍ୟ ଦେଇଛନ୍ତି ।
ଆଜି ( ସୋମବାର) ଅସଦୁଦ୍ଦିନ ଓୱେସୀ ଟ୍ବିଟ କରି କହିଛନ୍ତି ସଂଘ ପ୍ରମୁଖ ରବିବାର କହିଛନ୍ତି ଲିଂଚିଂ କରୁଥିବା ଲୋକ ହିନ୍ଦୁତ୍ବ ବିରୋଧୀ । ଏହି ଅପରାଧୀ ମାନେ ଗାଇ ଓ ମଇଁଷି ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । କିନ୍ତୁ ହତ୍ୟା କରୁଥିବା ଜୁନୈଦ, ଅଖଲାକ, ରକବର, ଅଲିମୁଦ୍ଦିନ ନା ଯଥେଷ୍ଟ । ଓୱେସୀ ଆହୁରି କହିଛନ୍ତି ନଫରତ ହିନ୍ଦୁତ୍ବର ସମୟ ଚାଲିଛି । ଏହି ଦୋଷୀକୁ ହିନ୍ଦୁତ୍ବବାଦୀ ସରକାରର ଆଖ୍ୟା ମିଳିଛି । କେନ୍ଦ୍ରୀ ମନ୍ତ୍ରୀଙ୍କ ହାତରେ ଅଲିମୁଦ୍ଦିନ କାତିଲର ଗୁଲପୋଶୀ ହେଉଛି । ଅଖଲାକ ହତ୍ୟାକାରୀ ମୃତଦେହରେ ତ୍ରିରଙ୍ଗା ଉଡୁଛି । ଓୱେସୀ ଆହୁରି କହିଛନ୍ତି ଆସିଫକୁ ମାରିଥିବା ଲୋକଙ୍କ ସମର୍ଥନରେ ମହାପଞ୍ଚାୟତ ବସୁଛି । ବିଜେପି ପ୍ରବକ୍ତା କହୁଛନ୍ତି ଆମେ କଣ ହତ୍ୟା କରିପାରିବୁ ନାହିଁ ? ଭୀରୁତା, ହିଂସା, କତ୍ତଲ କରିବା ଗୋଡସେଙ୍କ ହିନ୍ଦୁତ୍ବବାଦୀ ଚିନ୍ତାଧାରାର ଅତୁଟ ଅଂଶ । ମୁସଲମାନଙ୍କ ଲିଂଚିଂ ବି ଏହି ଚିନ୍ତାଧାରାର ଫଳ ବୋଲି ଓୱେସି ଟ୍ବିଟ କରିଛନ୍ତି ।
କଂଗ୍ରେସ ସାଂସଦ ଦିଗବିଜୟ ସିଂଙ୍କ ମନ୍ତବ୍ୟ...
ସଂଘ ପ୍ରମୁଖ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ମଧ୍ୟ ମୁହଁ ଖୋଲିଛନ୍ତି । କଣ ମୋହନ ଭାଗବତ ନିଜର ଏହି ବିଚାର ନିଜର ଶିଷ୍ୟ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଓ ସଂଘ ପ୍ରଚାରକଙ୍କୁ ଦେବେ କି? ଏହାସହ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ନେତାଙ୍କୁ ମଧ୍ୟ ଦେବେ କି? ସେହିପରି ଦିଗବିଜୟ ଆହ୍ବାନ ଦେଇ କହିଛନ୍ତି ଯଦି ସଂଘ ପ୍ରମୁଖ ନିଜେ ରଖିଥିବା ବିଚାର ପ୍ରତି ସଚେତନ ଅଛନ୍ତି ବିଜେପିରେ ଥିବା ନେତା ଯେଉଁମାନେ ନିର୍ଦୋଷ ମୁସଲମାନଙ୍କୁ ପ୍ରତାଡିତ କରିଛନ୍ତି ତାଙ୍କୁ ଦଳରୁ ବାହାର କରିବେ କି?