ଓଡିଶା

odisha

ETV Bharat / bharat

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମହଜୁଦ ଅଛି ୩ କୋଟି ୫୮ ହଜାର ୧୯୦ କୋଭିଡ ଟିକା - Union Health Ministry

ଏପର୍ଯ୍ୟନ୍ତ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ୪୯. ୪୯ କୋଟି କୋରୋନା ଟିକା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ...

ବିଭିନ୍ନ ରାଜ୍ୟରେ ଗଚ୍ଛିତ ଅଛି ୩,୫୮, ୧୯୦ କୋଭିଡ ଟିକା
ବିଭିନ୍ନ ରାଜ୍ୟରେ ଗଚ୍ଛିତ ଅଛି ୩,୫୮, ୧୯୦ କୋଭିଡ ଟିକା

By

Published : Aug 1, 2021, 12:54 PM IST

ନୂଆଦିଲ୍ଲୀ: ଦେଶରେ ଏବେ ଜାରି ରହିଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏନେଇ କେନ୍ଦ୍ର ରାଜ୍ୟ ଗୁଡିକୁ ମାଗଣାରେ ଟିକା ଯୋଗାଉଛି । ଏପର୍ଯ୍ୟନ୍ତ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ୪୯. ୪୯ କୋଟି କୋରୋନା ଟିକା ଯୋଗାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

୪୯ କୋଟି ୪୯ ଲକ୍ଷ ୮୯ ହଜାର ୫୫୦ କୋରୋନା ଟିକାର ଡୋଜ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଦେଇଛି । କିଛି ଟିକା ନଷ୍ଟ ହେବା ସହ ଏପର୍ଯନ୍ତ ୪୬ କୋଟି ୭୦ ଲକ୍ଷ ୨୬ ହଜାର ୬୬୨ ଟିକା ବ୍ୟବହାର ହୋଇଛି ।

ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ୩କୋଟି ୫୮ ହଜାର ୧୯୦ କୋଭିଡ ଟିକା ମହଜୁଦ ରହିଛି । ଅଧିକ ଟୀକାକରଣ ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜୁନ୍ ୨୧ରେ କ୍ୟାମ୍ପେନ ମୋଡରେ ଦେଶବ୍ୟାପି ଟୀକାକରଣ ଆରମ୍ଭ ହୋଇଥିଲା । ଅଧିକ ଟିକା ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ କାର୍ଯ୍ୟ କରାଯାଇଛି, ଯେଉଁଥିରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

@ANI

ABOUT THE AUTHOR

...view details