ଓଡିଶା

odisha

15-18 Year Old Vaccination Drive: ପ୍ରଥମ ଦିନରେ ବେଶ ଉତ୍ସାହ, ଟିକା ନେଲେ ୪୦ ଲକ୍ଷ

By

Published : Jan 3, 2022, 11:00 PM IST

15-18 year olds vaccination drive ରେ ପ୍ରଥମ ଦିନରେ ରେକର୍ଡ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକାକୁ ନେଇ ଉତ୍ସାହ । ଦେଶବ୍ୟାପୀ ଟିକା ନେଲେ ୪୦ ଲକ୍ଷ ଛାତ୍ରଛତ୍ରୀ । ୟଙ୍ଗ ଇଣ୍ଡିଆକୁ ପ୍ରଶଂସା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଅଧିକ ପଢନ୍ତୁ

15 -18 year old vaccination drive: ପ୍ରଥମ ଦିନରେ ଟିକା ନେଲେ ୪୦ ଲକ୍ଷ ଛାତ୍ରଛାତ୍ରୀ
15 -18 year old vaccination drive: ପ୍ରଥମ ଦିନରେ ଟିକା ନେଲେ ୪୦ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ଆଜିି ଠାରୁ ସାରା ଦେଶରେ ଆରମ୍ଭ ହୋଇଛି 15 ରୁ 18 ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ଟୀକାକରଣ । ତେବେ ଏହି ଟୀକାକରଣ ଡ୍ରାଇଭର ପ୍ରଥମ ଦିନରେ ୪୦ ଲକ୍ଷ ଛାତ୍ରଛାତ୍ରୀ ଟୀକାକରଣରେ ସାମିଲ ହୋଇଥିବା CoWIN ପୋର୍ଟାଲ ରେକର୍ଡରୁ ସୂଚନା ମିଳିଛି ।

ଆଜି (ସୋମବାର) ରାତି 8.30 ପର୍ଯ୍ୟନ୍ତ ଦେଶବ୍ୟାପୀ ଟୀକାକରଣ ଜାରି ରହିଥିବା ବେଳେ ଏଥିରେ ରେକର୍ଡ ସଂଖ୍ୟକ ୪୦ ଲକ୍ଷ ହିତାଧିକାରୀ ଟିକା ଗ୍ରହଣ କରିଛନ୍ତି । ଭାରତରେ ଚାଲିଥିବା ଦେଶବ୍ୟାପୀ ଟୀକାକରଣ ଡ୍ରାଇଭରେ ଏହି ସଫଳତାକୁ ପ୍ରଶଂସା କରିବା ସହ ୟଙ୍ଗ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ଭାରତରେ ବୟସ୍କଙ୍କ ଟୀକାକରଣ ପ୍ରାୟ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ କରିବାକୁ ବସିଥିବା ବେଳେ ଏବେ ଚଳିତ ମାସ ଆରମ୍ଭରୁ ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷୀୟଙ୍କ ପାଇଁ ଟୀକାକରଣ ଅଭିଯାନ । ଏହି ଟୀକାକରଣ ଡ୍ରାଇଭ ପାଇଁ ପଞ୍ଜିକରଣ ଜାନୁଆରୀ 1 ରୁ ଆରମ୍ଭ ହୋଇଥିବାବେଳେ ଜାନୁଆରୀ 3 (ଆଜି) ରେ ଡ୍ରାଇଭ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡ଼ିକର ପରାମର୍ଶ କ୍ରମେ ଏହି ଟୀକାକରଣ କରାଯାଉଛି । ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ଟୀକାକରଣ ସ୍ଥାନ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଟୀକାକରଣ ନେଇ ଆରମ୍ଭ ହୋଇଥିବା ଡ୍ରାଇଭର ପ୍ରଥମ ଦିନରେ ବେଶ ଉତ୍ସାହ ପରିଲିକ୍ଷିତ ହୋଇଛି । ପ୍ରଥମ ଦିନରେ ମୋଟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଟୀକାକରଣ ଏହି ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ସହ ନିର୍ଦ୍ଧାରିତ ସମୟରେ ସଫଳତାର ସହ ଏହି ଅଭିଯାନକୁ ମଧ୍ୟ ଶେଷ କରିବ ବୋଲି ଆଶା କରାଯାଉଛି ।

ANI

ABOUT THE AUTHOR

...view details