ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ 3.9 ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ସେ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ଗତକାଲି ତଥା ଡିସେମ୍ବର 18 ତାରିଖ ଦିନ ଗୋଟିଏ ଦିନରେ ବିଦେଶରୁ 8546 ଭାରତୀୟ ନାଗରିକ ବନ୍ଦେ ଭାରତ ମିଶନରେ ଫେରିଛନ୍ତି ।
ବନ୍ଦେ ଭାରତ ମିଶନରେ 3.9 ଲକ୍ଷ ଲୋକ ଉପକୃତ ହୋଇଛନ୍ତି: ହରଦୀପ ସିଂ ପୁରୀ - କୋରୋନା ମହାମାରୀ
ବନ୍ଦେ ଭାରତ ମିଶନରେ 3.9 ଲକ୍ଷ ଲୋକ ଉପକୃତ ହୋଇଛନ୍ତି । କୋରୋନା ମହାମାରୀ ସମୟରେ ଭାରତ ସରକାର ବିଶ୍ବର ବିଭିନ୍ନ ଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏହା କାର୍ଯ୍ୟକାରୀ କରିଥିଲେ । ଅଧିକ ପଢନ୍ତୁ...
ସେମାନେ ସାରାଜା,ଦୁବାଇ,ଲଣ୍ଡନ,ଟୋରଣ୍ଟୋ,ସାନଫ୍ରାନ୍ସସିସୋକ ଓ ଅନ୍ୟାନ୍ୟ ଦେଶରୁ ଫେରିଛନ୍ତି । ବର୍ତ୍ତମାନ ସପ୍ତମ ପର୍ଯ୍ୟାୟରେ 23 ଟି ସକ୍ରିୟ ଯାତ୍ରୀବାହୀ ବିମାନ ମିଶନ କାର୍ଯ୍ୟ କରିଛନ୍ତି । ଏହା ପୃଥିବୀର ବୃହତ୍ତମ ପ୍ରତ୍ୟାବର୍ତ୍ତନ ମିଶନରେ ପରିଣତ ହୋଇଛି ବୋଲି କହିଛନ୍ତି। ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପୂର୍ବରୁ ସୂଚନା ଦେଇଛନ୍ତି । ବନ୍ଦେ ଭାରତ ମିଶନର ଅଷ୍ଟମ ପର୍ଯ୍ୟାୟକୁ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସୂଚନା ଥାଉକି ସାରା ବିଶ୍ବରେ କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ଦେଶରେ ଭାରତୀୟ ନାଗରିକମାନେ ଫସି ରହିଥିଲେ । ଏହି ସମୟରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ବନ୍ଦେ ଭାରତ ମିଶନ କାର୍ଯ୍ୟକାରୀ କରିଥିଲେ । ଏହାଦ୍ବାରା ବିଦେଶରେ ଫସିଥିବା ଭାରତୀୟମାନେ ଫେରିଛନ୍ତି ।