ଓଡିଶା

odisha

ETV Bharat / bharat

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ କରିଛନ୍ତି 2 କୋଟିରୁ ଅଧିକ - 3ୟ ପର୍ଯ୍ୟାୟ ଟୀକାକରଣ

ମେ 1ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବ । ଏହାସହ 18 ବର୍ଷରୁ ଅଧିକ ନାଗରିକଙ୍କ ପାଇଁ କୋଭିଡ-19 ଟୀକାକରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଅଧିକ ପଢନ୍ତୁ...

 ଟୀକାକରଣ
ଟୀକାକରଣ

By

Published : Apr 30, 2021, 6:58 PM IST

ନୂଆଦିଲ୍ଲୀ: ମେ 1ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବ । ଏହାସହ 18 ବର୍ଷରୁ ଅଧିକ ନାଗରିକଙ୍କ ପାଇଁ କୋଭିଡ-19 ଟୀକାକରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ 2.45 କୋଟିରୁ ଅଧିକ ହିତାଧିକାରୀ ନିଜକୁ କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ପଞ୍ଜୀକୃତ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏପ୍ରିଲ୍ 28 ରେ 1.37 କୋଟିରୁ ଅଧିକ ଲୋକ ନିଜକୁ ପଞ୍ଜୀକୃତ କରିଥିବା ବେଳେ ଏପ୍ରିଲ୍ 29 ଶେଷ ସୁଦ୍ଧା 1.04 କୋଟିରୁ ଅଧିକ ଲୋକ ପଞ୍ଜିକୃତ ହୋଇଛନ୍ତି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଦେଶରେ କୋଭିଡ-19 ଟିକା ର ମାତ୍ରା 15.22 କୋଟି ଅତିକ୍ରମ କରିଛି।

ଆଜି(ଶୁକ୍ରବାର) ସକାଳ 7 ଟା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ, 22,43,097 ସେସନ୍ ମାଧ୍ୟମରେ 15,22,45,179 ଟିକା ଡୋଜ ଦିଆଯାଇଛି । ଏଥିରେ 93,86,904 ସ୍ବାସ୍ଥ୍ୟକର୍ମୀ (HCWs) ଅଛନ୍ତି, ଯେଉଁମାନେ ପ୍ରଥମ ଡୋଜ ନେଇଛନ୍ତି ଏବଂ ଦ୍ବିତୀୟ ଡୋଜ ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ହେଲା 61,91,118 ।

ମନ୍ତ୍ରଣାଳୟ ଅନୁସାରେ, ମୋଟ ଟିକା ଡୋଜର 67.08% ଟିକା ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ଦିଆଯାଇଛି । 24 ଘଣ୍ଟା ମଧ୍ୟରେ 21 ଲକ୍ଷରୁ ଅଧିକ ଟୀକାକରଣ କରାଯାଇଛି ।

ABOUT THE AUTHOR

...view details