ନୂଆଦିଲ୍ଲୀ: ରାଜ୍ୟସଭାରେ ଟ୍ରେନ ଧକ୍କାରେ ଗୋ ମୃତ୍ୟୁକୁ ନେଇ ତଥ୍ୟ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୩ ବର୍ଷରେ ଟ୍ରେନ ଧକ୍କାରେ ପ୍ରାୟ ୧ ଲକ୍ଷରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ରାଜ୍ୟସଭାରେ ୨୦୧୦ରୁ ୨୦୨୩ (ଜାନୁଆରୀ ୨୩) ମଧ୍ୟରେ ହୋଇଥିବା ଗୋ-ଦୁର୍ଘଟଣାର ଏହି ତଥ୍ୟ ଦେଇଛନ୍ତି ଅଶ୍ବିନୀ । ଗୋ-ଦୁର୍ଘଟଣା ଯୋଗୁଁ ପ୍ରାୟ ୧ ଲକ୍ଷ ୩୨ ହଜାର ୨୫ଟି ଟ୍ରେନ ବିଳମ୍ବରେ ଯାତ୍ରା କରିଥିବା ସେ କହିଛନ୍ତି ।
ରେଳମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ଗତ ୨୦୨୧-୨୦୨୨ ମଧ୍ୟରେ ଅଧିକ ଗୋ-ଦୁର୍ଘଟଣା ଘଟିଛି । ୨୦୧୯-୨୦୨୦ରେ ଟ୍ରେନ ଟ୍ରାକରେ ୨୮ ହଜାର ୭୨୭ଟି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨-୨୦୨୩ ମଧ୍ୟରେ ୨୬ ହଜାର ୧୮୦ ଓ ୨୦୨୦-୨୦୨୧ ମଧ୍ୟରେ ୧୯ ହଜାର ୯୬୦ଟି ଗାଈଙ୍କ ଟ୍ରେନ ଟ୍ରାକରେ ଜୀବନ ଯାଇଛି । ଟ୍ରେନଲାଇନରେ ଗୋ-ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ ବିଳମ୍ବରେ ଯାତ୍ରା କରିଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ସର୍ବାଧିକ ଟ୍ରେନ ୨୦୧୯-୨୦୨୦ ମଧ୍ୟରେ ଯାତ୍ରା କରିଛି । ଏଥିରେ ୩୭ ହଜାର ୬୭ଟି ଟ୍ରେନ ବିଳମ୍ବରେ ଚାଲିଥିବା ସେ କହିଛନ୍ତି ।