ନୂଆଦିଲ୍ଲୀ: ମହାମାରୀ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି ଭାରତ । ଟୀକାକରଣ କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ରେକର୍ଡ । ଶୁକ୍ରବାର ଗୋଟିଏ ଦିନରେ ଏକ କୋଟି ଟୀକାକରଣ ସହ ଦେଶ ରଚିଛି ଇତିହାସ ।
ମହାମାରୀକୁ ମାତ ଦେବାକୁ ମହାସଂଗ୍ରାମ ଜାରି ରହିଛି । ସରକାର ଗୋଟିଏ ପକ୍ଷେ ଟିକା ନିର୍ମାତାଙ୍କୁ ଅନୁମୋଦନ କରି କୋରୋନା ବିରୋଧରେ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ଭାବେ ବିବେଚନା କରାଯାଉଥିବା ଟୀକା ଉପଲବ୍ଧତାକୁ ସୁନିଶ୍ଚିତ କରିଥିବାବେଳେ ଅନ୍ୟପକ୍ଷେ ଟୀକାକରଣକୁ କରାଯାଉଛି ତ୍ବରାନ୍ବିତ। ଶୁକ୍ରବାର ଏକ କୋଟିରୁ ଅଧିକ ଟିକା ଡୋଜ ଦିଆଯାଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।