ଓଡିଶା

odisha

ETV Bharat / bharat

Mann Ki Baat: ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ କହିଲେ ପ୍ରଧାନମନ୍ତ୍ରୀ - ମନ୍ କି ବାତ୍

106ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିବା ସହିତ ଦୀପାବଳିର ଶୁଭେଚ୍ଛା ସହ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi on 106th Mann Ki Baat
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

By ETV Bharat Odisha Team

Published : Oct 29, 2023, 12:35 PM IST

ନୂଆଦିଲ୍ଲୀ: 106ତମ ମନ୍ କି ବାତ୍ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ବଳ ଦେବା, ସ୍ଥାନୀୟ ଉତ୍ପାଦ କ୍ରୟ ଓ ଭୋକାଲ ଫର ଲୋକାଲ ହେବା, ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ସହ ସର୍ଦାଲ ବଲ୍ଲଭାଇ ପଟେଲ ଜୟନ୍ତୀ ଅବସରରେ ରନ ଫର ୟୁନିଟ୍‌ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଏକତାର ସଂକଳ୍ପକୁ ମଜଭୁତ କରିବାକୁ ଅହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋକାଲ ଫର ଲୋକାଲ ନେଇ ମନ୍ତ୍ର ଦେବା ସହିତ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ବ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତୀ । ସବୁଦିନ ପରି ଏଥର ବି ପର୍ବ ସମୟରେ ଭୋକାଲ ଫର ଲୋକାଲ ଆମର ପ୍ରଥମ ପ୍ରାଥମିକତା ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

31 ଅକ୍ଟୋବରରେ ଲଞ୍ଚ ହେବ MY BHARAT:31 ଅକ୍ଟୋବରରେ ଏକ ବହୁତ ବଡ ରାଷ୍ଟ୍ରବ୍ୟାପୀ ସଂଗଠନର ଶୁଭାରମ୍ଭ ହେବାକୁ ଯାଉଛି । ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହା ସଂଗଠନ ଆରମ୍ଭ ହେବ ଯାହାର ନାମ ହେଉଛି 'ମୋ ଯୁବ ଭାରତ' ଅର୍ଥାତ MY BHARAT, MY BHARAT ସଂଗଠନ । ଭାରତର ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ବିଭିନ୍ନ ଆୟୋଜନରେ ସକ୍ରିୟ ଭୂମିକା ତୁଲାଇବାକୁ ଏହି ସଂଗଠନ ଅବସର ଦେବ । ଏହା ବିକଶତି ଭାରତ ନିର୍ମାଣରେ ଯୁବଶକ୍ତିକୁ ଏକଜୁଟ କରିବାକୁ ପ୍ରୟାସ ହେବ । ମୋ ଯୁବ ଭାରତ ୱେବସାଇଟ୍‌ ଆରମ୍ଭ ହେବାକୁ ଯାଉଛି । ମୁଁ ଯୁବଗୋଷ୍ଠୀଙ୍କୁ ଅନୁଗୋଧ କରୁଛି ମୋ ଦେଶର ଯୁବଶକ୍ତି mybharat.gov.inରେ ରେଜିଷ୍ଟ୍ରେସନ୍‌ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାଇନ ଅପ କର ।

ଗାନ୍ଧୀ ଜୟନ୍ତୀରେ ରେକର୍ଡ ଖଦି ବିକ୍ରି:ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀରେ ଖଦି ବିକ୍ରିରେ ରେକର୍ଡ ହୋଇଛି । ଖଦି ଷ୍ଟୋରରେ ଗୋଟିଏ ଦିନରେ ଦେଢ଼ କୋଟି ଟଙ୍କାରୁ ଅଧିକ ଟଙ୍କାର ଖଦି ଜିନିଷ ବିକ୍ରି ହୋଇଛି । ପୁରୁଣା ରେକର୍ଡକୁ ଭାଙ୍ଗିଛି । ଖଦିର ବିକ୍ରି ବଢ଼ିବା ଅର୍ଥ ଏହାର ଫାଇଦା ସହରରୁ ନେଇ ଗାଁ ଯାଏଁ ଅଲଗା ଅଲଗା ବର୍ଗଙ୍କ ନିକଟରେ ପହଞ୍ଚିଛି । ଏହି ବିକ୍ରି ଲାଭ ବୁଣାକାର, ହସ୍ତଶିଳ୍ପୀ କାରିଗର, ଚାଷୀ ସମସ୍ତଙ୍କୁ ମିଳିଛି । ଏହା ହି ଭୋକାଲ୍‌ ଫର୍‌ ଲୋକାଲ୍‌ ଅଭିଯାନର ଶକ୍ତି । ଧୀରେଧୀରେ ଏ ନେଇ ଦେଶବାସୀଙ୍କ ସମର୍ଥନ ବଢୁଛି । ସବୁଦିନ ପରି ଏଥର ବି ପର୍ବ ସମୟରେ ଭୋକାଲ୍‌ ଫର୍‌ ଲୋକାଲ ଆମର ପ୍ରଥମ ପ୍ରାଥମିକତା ହେବା ଦରକାର । ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶରେ ଆଦିବାସୀ ଯୋଦ୍ଧାଙ୍କ ଏକ ସମୃଦ୍ଧ ଇତିହାସ ରହିଛି:ଭାରତବର୍ଷରେ ଆଦିବାସୀ ଯୋଦ୍ଧାଙ୍କର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଭାରତ ମାଟିରେ ମହାନ ତିଲକ ମାଝୀ ଅନ୍ୟାୟ ବିରୋଧରେ ବିଗୁଲ ଦେଇଥିଲେ । ସିନ୍ଧୋ କାହ୍ନୁ ସମାନତା ଉପରେ ସ୍ବର ଉଠାଇଥିଲେ । ଶହୀଦ ବୀର ନାରାୟଣ ସିଂହ, ଅଲୁରି ସୀତାରାମ ରାଜୁ, ବୀର ଗୁଡାଧର, ରାନୀ ଗାଇଜିଲ୍ଲୁ, ରାନୀ କମଳାପତିଙ୍କ ଭଳି ଯୋଦ୍ଧା ଏହି ମାଟିରେ ଜନ୍ମ ନେଇଛନ୍ତି । ସେମାଙ୍କଠୁ ଆମକୁ ପ୍ରେରଣା ମିଳିଛି । ଅକ୍ଟୋବର 30ରେ ଗୋବିନ୍ଦ ଗୁରୁଙ୍କ ପୂଣ୍ୟତିଥି । ରାଜସ୍ଥାନ ଓ ଗୁଜୁରାଟ ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନରେ ଗୁରୁ ଗୋବିନ୍ଦଙ୍କର ବିଶେଷ ମହତ୍ବ ରହିଛି । ନଭେମ୍ବର 15 ତାରିଖରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହ ଜଡ଼ିତ । ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ରହିଛନ୍ତି । ଭଗବାନ ବିର୍ସା ମୁଣ୍ଡା ବିଦେଶୀ ଶାସନକୁ କେବେ ସ୍ୱୀକାର କରି ନାହାନ୍ତି । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ ଯେଉଁଥିରେ ଅନ୍ୟାୟ ପାଇଁ କୌଣସି ସ୍ଥାନ ନଥିଲା । ସବୁ ବ୍ୟକ୍ତି ସମ୍ମାନ ଏବଂ ସମାନତାର ସହ ବଞ୍ଚନ୍ତୁ ବୋଲି ସେ ଚାହୁଁଥିଲେ । ତାଙ୍କର ପ୍ରକୃତି ସହ ଯୋଡି ଦେବାକୁ ସେ ଅହ୍ୱାନ ଦେଉଥିଲେ । ବିର୍ସା ମୁଣ୍ଡାଙ୍କ ଜୀବନ ଆମର ଉତ୍ସାହ ଏବଂ ଅତୁଟ ସଂକଳ୍ପର ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମହିଳାଙ୍କ ପାଇଁ ମୀରାବାଇ ପ୍ରେରଣା: ଚଳିତ ବର୍ଷ ଦେଶ ମହାନ ସନ୍ଥ ମୀରାବାଇଙ୍କ 525ତମ ଜନ୍ମଜୟନ୍ତୀ ପାଳନ କରୁଛି । ଦେଶର ମାଆ-ଭଉଣୀଙ୍କ ପାଇଁ ମୀରାବାଇ ଆଜି ପ୍ରେରଣା ସାଜିଛନ୍ତି । ସେହି କାଳଖଣ୍ଡରେ ସେ ତାଙ୍କ ଅନ୍ତରରେ ଥିବା ସ୍ବରକୁ ଶୁଣି ରୂଢିବାଦୀ ଧାରଣା ବିରୋଧରେ ଛିଡ଼ା ହୋଇଥିଲେ । ଜଣେ ସନ୍ଥ ରୂପରେ ସେ ଆମକୁ ପ୍ରେରଣା ଦେଇଛନ୍ତି । ଯଦି କାହାକୁ ସଙ୍ଗୀତରେ ରୁଚି ରହିଛି ତେବେ ସେ ସଙ୍ଗୀତ ପ୍ରତି ସମର୍ପଣର ବଡ଼ ଉଦାହରଣ । ଯଦି କେହି ଦେବୀୟ ଶକ୍ତିରେ ବିଶ୍ବାସ ରଖନ୍ତି ତେବେ ମୀରାବାଇଙ୍କ ଭଲି ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ ହେବା ଏ ନେଇ ଏକ ବଡ଼ ପ୍ରେରଣା ହୋଇପାରିବ । ମୀରାବାଇ ଭାରତୀୟ ସମାଜ ଓ ସଂସ୍କୃତିକୁ ସଶକ୍ତ କରିବାକୁ ଆଗକୁ ଆସିଥିଲେ । ସରଳତାରେ କେତେ ଶକ୍ତି ଥାଏ ତାହା ମୀରାବାଇଙ୍କ ଜୀବନକାଳରୁ ଜଣା ପଡ଼ିଥାଏ । ସନ୍ଥ ମୀରାବାଇଙ୍କୁ କୋଟିକୋଟି ପ୍ରଣାମ ।

ଏହା ବି ପଢନ୍ତୁ...Mann Ki Baat: ଆଜି 106ତମ ମନ୍ କି ବାତ୍ ଏସିସୋଡ, ମନ କଥା କହିବେ ମୋଦି

ଏସୀୟ ପାରା କ୍ରୀଡ଼ା ସଫଳତା ପାଇଁ ଶୁଭେଚ୍ଛା:ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ା ପରି ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳି ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିଛନ୍ତି । 111 ରେକର୍ଡ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ସମସ୍ତ ପାରା ଏସିଆନ ଗେମ୍ସରେ ଭାଗ ନେଇଥିବା ଆଥଲେଟ୍‌ଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ସ୍ପେସିଆଲ ଅଲିମ୍ପିକ୍ସ ବିଶ୍ବ ସମର ଗେମ୍ସ ବିଷୟରେ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ଆୟୋଜନ ବର୍ଲିନରେ ହୋଇଥିଲା । ଏହି ପ୍ରତିଯୋଗିତା ଆମ ଇଣ୍ଟେଲେକ୍ୟୁଆଲ ଡିସାବିଲିଟି ଖେଳାଳି ଅଦ୍ଭୂତ ପ୍ରଦର୍ଶନ କରିଥିଲେ । ଏଥିରେ ଭାରତୀୟ ଦଳ 75ଟି ସ୍ବର୍ଣ୍ଣ ସହ ମୋଟ 200 ପଦକ ଜିତି ଇତିହାସ ରଚିଥିଲେ ।

ଦୀପାବଳୀ ଶୁଭେଚ୍ଛା ଦେଲେ ମୋଦି:ଆସନ୍ତା ନଭେମ୍ବର 12 ତାରିଖରେ ଆଲୋକର ପର୍ବ ଦୀପାବଳି । ଏ ନେଇ ମନ୍ କି ବାତରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରିବାର ସହ ଖୁସିରେ ଏହାକୁ ପାଳନ କରିବାକୁ କହିଛନ୍ତି । ଦୀପାବଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details