ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ହୋଇସାରିଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ଶେଷ ହୋଇନାହିଁ ବିରୋଧୀଙ୍କ ହଙ୍ଗାମା ହଟ୍ଟଗୋଳ । ଆଜି ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ବିରୋଧୀ । କେନ୍ଦ୍ରୀୟ କୃଷି ଆଇନ, ପେଗାସସ, ଆଉ କିଛି ପ୍ରସଙ୍ଗ ନେଇ ଆଜି ସଂସଦ ପରିସରରେ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ ବୈଠକ କରିଥିଲେ । ବୈଠକରେ କଂଗ୍ରେସ ସମତେ ଏକାଧିକ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ପରେ ବିରୋଧୀଙ୍କ ବାହାରିଥିଲା ପଦଯାତ୍ରା ।
ସଂସଦ ପରିସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରି ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ ବିରୋଧୀ । ଚାଷୀ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା ଓ ଆଇନ ବିରୋଧୀ ସ୍ଲୋଗାନ ମାନ ଲେଖାଥିବା ପୋଷ୍ଟର ଧରି ରାଜରାସ୍ତାରେ ଗର୍ଜିଥିଲେ ବିରୋଧୀ ସାଂସଦ । ବିରୋଧୀ ସାଂସଦ ଧରିଥିବା ବ୍ୟାନରେ କଳା ଆଇନ ପ୍ରତ୍ୟାହାର କର, ଗଣତନ୍ତ୍ରର ହତ୍ୟା ବନ୍ଦ କର, ଲେଖା ଥିବା ବ୍ୟାନର ଧରି କରିଥିଲେ ପଦଯାତ୍ରା ।