ଓଡିଶା

odisha

ETV Bharat / bharat

Operation Ajay: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ - ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଅଜୟ

ଅପରେସନ ଅଜୟ ଜୋରଦାର । ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ । ଅଧିକ ପଢନ୍ତୁ

Operation Ajay
Operation Ajay

By ETV Bharat Odisha Team

Published : Oct 13, 2023, 7:32 AM IST

ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ଆଜି(ଶୁକ୍ରବାର) ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ସ୍ବତନ୍ତ୍ର ଚାର୍ଟାର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି ଏବଂ ସେମାନଙ୍କ ସହ କଥା ହୋଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ନାଗରିକମାନେ ଭାରତ ସରାକରଙ୍କୁ ଧନ୍ୟବାଦ ଜଣାଇବା ସହ ଅପରେସନ ଅଜୟକୁ ଭୁରି ଭୁରି ପ୍ରଶଂସା କରଛନ୍ତି । ତେବେ ଭାରତୀୟଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଦିଲ୍ଲୀରେ ପହଞ୍ଚିଥିବା ଜଣେ ଭାରତୀୟ କହିଛନ୍ତି, ''ଇସ୍ରାଏଲରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଭାରତୀୟଙ୍କୁ ଫେରାଇ ଆଣିବାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ତାଙ୍କର ଟିମ୍ ବିଶେଷକରି ତେଲ୍ ଅଭିଭରେ ସ୍ଥିତ ଭାରତୀୟ ଦୂତାବାସ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି । ଏଥିପାଇଁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ।'' ଆଉ ଜଣେ ନାଗରିକ କହିଛନ୍ତି ଆମେ ଭାରତକୁ ଫେରି ବହୁତ ଖୁସି । ଉଦ୍ଧାର ଅପରେସନ ଖୁବ୍ ଭଲ ଥିଲା । ତେଲ୍ ଅଭିଭରେ ଥିବା ଭାରତୀୟ ଦୂତାବାସ ଆମକୁ ବେଶ୍ ସହଯୋଗ କରିଛି । ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ପୋର୍ଟାଲରେ ପଞ୍ଜିକରଣ କରିଥିଲୁ । ଏହି ପ୍ରକ୍ରିୟା ଖୁବ୍ ସହଜ ଥିଲା ।

ଏହାମଧ୍ୟ ପଢନ୍ତୁ: Israel-Gaza War: ଟେଲ-ଆଭିଭରେ ଆମେରିକା ବୈଦେଶିକ ସଚିବ, ନେତିନ୍ୟାହୁଙ୍କ ସହ କଲେ ଆଲୋଚନା କଲେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଏହା ଅନ୍ତର୍ଗତ ଗୁରୁବାର ରାତି ୧୦ଟା ୧୪ ମିନିଟରେ(ସ୍ଥାନୀୟ ସମୟ) ଇସ୍ରାଏଲର ବେନ ଗୁରିୟନ ବିମାନ ବନ୍ଦରରୁ ୨୧୨ ଭାରତୀୟଙ୍କୁ ନେଇ ପ୍ରଥମ ବିମାନ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି । ଏବେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହିଥିବା ବେଳେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଫେରାଇ ଅଣାଯିବ । ଏଥିପାଇଁ ଭାରତୀୟମାନେ ଇସ୍ରାଏଲରେ ଥିବା ଦୂତାବାସକୁ ଯୋଗାଯୋଗ କରି ପ୍ରତ୍ୟାବର୍ତ୍ତନ ପାଇଁ ପଞ୍ଜିକରଣ କରୁଛନ୍ତି ।

ହମାସ୍ ସହ ଇସ୍ରାଏଲର ଘମାସାନ ଯୁଦ୍ଧ ଜାରି ରହିଛି । ଏହି ଲଢେଇରେ ଦୁଇ ଦେଶର ନାଗରିକଙ୍କ ସମେତ ଆମେରିକା ଓ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ହେଲେ ଆଶ୍ବସ୍ତିକର ବିଷୟ ଯେ, ସଂଘର୍ଷରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details