ଓଡିଶା

odisha

ETV Bharat / bharat

ଗୁରୁଦ୍ବାରରେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ - ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ

Nihang Sikh killed a man: ମହଙ୍ଗା ପଡ଼ିଲା ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ । ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ୍ । ଅଧିକ ପଢନ୍ତୁ

ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ
Nihang Sikh killed a man

By ETV Bharat Odisha Team

Published : Jan 16, 2024, 1:19 PM IST

ଚଣ୍ଡୀଗଡ:ପଞ୍ଜାବରେ ଜଣେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ । ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଘଟିଛି ଫଗୱାରାର ଗୁରୁଦ୍ୱାର ଶ୍ରୀ ଚଉଡା ଖୁ ସାହିବରେ । ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଫାଗୱାର ଏସପି ଗୁରୁପ୍ରୀତ ସିଂ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ କାହାକୁ ଗିରଫ କରିନାହିଁ ।

ଏହା ମଧ୍ୟ ପଢନ୍ତୁ-ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆତଙ୍କୀ ପନ୍ନୁ ଦେଲା ହତ୍ୟା ଧମକ

ଘଟଣାର ତଦନ୍ତ ଜାରି ରହିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଗୁରୁଦ୍ବାର ପରିଚାଳକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାତି ପ୍ରାୟ 10ଟା ସମୟରେ ଗୁରୁ ଘରର ଶୌଚାଳୟରେ ଲୁଚି ରହିଥିଲେ। ଯେତେବେଳେ ଗୁରୁ ଘରର ଜଣେ ସଦସ୍ୟ ଶୌଚାଳୟକୁ ଯାଇଥିଲେ ସେତେବେଳେ କେହି ଭିତରୁ କବାଟ ବନ୍ଦ କରି ଦେଇଥିଲେ। ଏହା ପରେ କବାଟ ବାଡ଼େଇବା ପରେ ଜଣେ ଯୁବକ ନିହାଙ୍ଗ ଶିଖଙ୍କୁ ଆକ୍ରମଣ କରିଥିଲେ । ପରେ ଦୁହିଁଙ୍କ ମଧ୍ଯରେ ଝଗଡ଼ା ହୋଇଥିବା ବେଳେ, ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ପଞ୍ଜାବରେ ନିହାଙ୍ଗ ଗୋଷ୍ଠୀ ଗୁଳିମାଡରେ ଜଣେ ପୋଲିସ କର୍ମୀ ମୃତ, 2 ଆହତ

ଗୁରୁ ଘରର ଅନ୍ୟ ଜଣେ ସଦସ୍ୟ କହିଛନ୍ତି, ଯେତେବେଳେ ଯୁବକଙ୍କୁ ପଚାରାଯାଇଥିଲା କି ତୁମେ ଏଠାକୁ କେମିତି ଆସିଲ, ସେ କିଛି ଉତ୍ତର ଦେଇନଥିଲେ । କେବଳ ଏକିତି କହିଥିଲେ ତୁମର ଭାଷଣ ଭୁଲ ଓ ଆମର ଭାଷଣ ଠିକ୍ । ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ ଶୁଣିଲେ ସହ୍ୟ କରିପାରନ୍ତିନି ନିହାଙ୍ଗ ସିଂ । ଏହି କାରଣରୁ ସେ ଯୁବକଙ୍କୁ ହତ୍ୟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିହାଙ୍ଗ ଶିଖଙ୍କ ଖଣ୍ଡା ଚୋଟରେ 2 ପୋଲିସ ଆହତ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉକ୍ତ ଯୁବକ ନିଜେ ନିନ୍ଦା କରିବା ଉଦ୍ଦେଶ୍ୟରେ ଗୁରୁଦ୍ବାରକୁ ପ୍ରବେଶ କରିଥିବା ସ୍ୱୀକାର କରୁଛନ୍ତି। ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କୁ ଅପମାନ କରିବା ପାଇଁ କେହି ତାଙ୍କୁ ଟଙ୍କା ଦେଇଥଲେ। ସେଥିପାଇଁ ସେ ଏଠାକୁ ଆସିଥିଲେ। ଏହି ଭିଡିଓ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details