ଶ୍ରୀନଗର: ଜମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସୈନ୍ୟ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି। ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ରଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପୂର୍ବରୁ ମଧ୍ୟ ପାକିସ୍ତାନ ସୈନ୍ୟ ବହୁଥର ଯୁଦ୍ଧବିରତି ଉଲ୍ଲଙ୍ଘନ କରିସାରିଛି।
ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ - ଜମ୍ମୁରେ ଅସ୍ତ୍ରବିରତି ଉଲ୍ଲଂଘନ

19:40 January 01
ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ
ଆଜି (ଶୁକ୍ରବାର) ଦିନ 3ଟା 30 ମିନିଟରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏହାପରେ ପୁଣି ଥରେ 5ଟା 30 ମିନିଟ ପାକିସ୍ତାନ ସୈନ୍ୟମାନେ ଗୁଳିଚାଲନା କରିଥିଲେ। ଫଳରେ ବିଏସଏଫର ନାଏବ ସୁବେଦାର ରବିନ୍ଦର ଗୁରୁତର ଭାବରେ ଆହତ ହୋଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଏହାର ଉଚିତ ଜବାବ ମଧ୍ୟ ଦେଉଛନ୍ତି ସୀମା ସୁରକ୍ଷାକର୍ମୀ । ଏହାସତ୍ତ୍ବେ ପାକିସ୍ତାନ ପକ୍ଷରୁ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଛି। 2020 ବର୍ଷରେ 203 ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ।
@ani