ଓଡିଶା

odisha

ETV Bharat / bharat

ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିଲେ ସୋନିଆ ! ଅଚନାକ ଜୟପୁର ଗସ୍ତକୁ ନେଇ ଚର୍ଚ୍ଚା - ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିଲେ ସୋନିଆ

ହଠାତ ଜୟପୁରରେ ପହଞ୍ଚିଲେ କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ । ଡାକ୍ତରଙ୍କ ପରାମର୍ଶରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡ଼ିଥିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିଲେ ସୋନିଆ ! ଅଚନାକ ଜୟପୁର ଗସ୍ତକୁ ନେଇ ଚର୍ଚ୍ଚା
ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିଲେ ସୋନିଆ ! ଅଚନାକ ଜୟପୁର ଗସ୍ତକୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Nov 14, 2023, 7:18 PM IST

ନୂଆଦିଲ୍ଲୀ:ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଚରମ ସୀମାରେ ପହଞ୍ଚିଛି । ପ୍ରଦୂଷଣ କାରଣରୁ କଂଗ୍ରେସର ପୂର୍ବତନ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ଛାଡି ରାଜସ୍ଥାନର ଜୟପୁର ଗସ୍ତ କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ସୋନିଆଙ୍କର ରାଜସ୍ଥାନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର କରାଯାଇନଥିଲା । ତେବେ ଆଜି ଅପରାହ୍ନରେ ସେ ଜୟପୁର ଗସ୍ତ କରିବାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ପ୍ରଦୂଷଣ କାରଣରୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜୟପୁର ଗସ୍ତ କରିଥିବା ଓ ସେଠାରେ କିଛି ଦିନ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୋନିଆଙ୍କ ଜୟପୁର ଗସ୍ତ ନେଇ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି । ଅନ୍ୟପଟେ ସୋନିଆଙ୍କର ରାଜସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ମଧ୍ୟ ନାହିଁ ।

ଆଜି(ମଙ୍ଗଳବାର) ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀରେ ଦିଲ୍ଲୀର ଶାନ୍ତିବନରେ ଥିବା ନେହେରୁ ସ୍ମାରକରେ ପହଞ୍ଚିଥିଲେ ସୋନିଆ । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରେ ସେ ଫେସମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେଠାରୁ ଫେରିବା ପରେ ସେ ଜୟପୁର ଅଭିମୁଖେ ଗସ୍ତ କରିଥିଲେ । ତେବେ ସୋନିଆ ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟାରେ ଚିକିତ୍ସାଧୀନ ରହିଛନ୍ତି । ସେ ଡାକ୍ତରୀ ଟିମ୍‌ର ତତ୍ତ୍ୱାବଧାନରେ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଛାଡ଼ିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ମଧ୍ୟ ପ୍ରଦେଶରେ କଂଗ୍ରେସ ତୁଫାନ, ଏଥର 150ରୁ ଅଧିକ ଆସନ: ରାହୁଲ

ଗତ ସପ୍ତାହରୁ ଜାରି ରହିଥିବା ପ୍ରଦୂଷଣ ସଙ୍କଟ ଦିଲ୍ଲୀବାସୀଙ୍କୁ ନାକେଦନ କରିସାରିଲାଣି । ଏବେ ଦିଲ୍ଲୀ ବାୟୁମଣ୍ଡଳର ବାୟୁ ଗୁଣବତ୍ତା ସୂଚକାଙ୍କ 363 ରହିଛି । ଯାହା ଅତି ଗମ୍ଭୀର ସ୍ତରର । ତେଣୁ ଏପରି ସ୍ଥିତି ବିଶେଷ ଭାବେ ବୟସାଧିକ, ଅସୁସ୍ଥ ଓ ଶିଶୁଙ୍କ ପାଇଁ ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ପ୍ରଦୂଷଣରେ ନିୟନ୍ତ୍ରଣ ଆସିପାରିନି । ଦୀପାବଳି ପରେ ବାୟୁମଣ୍ଡଳର ସ୍ଥିତି ଆହୁରି ବିଗିଡିଛି । ଦିଲ୍ଲୀରେ ଏବେ ଅଡ-ଇଭିନ ଫର୍ମୁଲାରେ ଗାଡି ଗଡୁଛି । ପୁରୁଣା ଡିଜେଲ ବସ୍‌ର ଯାତ୍ରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଆଇଆଇଟି କାନପୁରର ପାଣିପାଗ ବିଶେଷଜ୍ଞ ଟିମ୍‌ ସହାୟତାରେ ରାଜଧାନୀରେ କୃତ୍ରିମ ବର୍ଷା କରିବା ପାଇଁ ମଧ୍ୟ ଦିଲ୍ଲୀ ସରକାର ପ୍ରୟାସରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details