ଓଡିଶା

odisha

ETV Bharat / bharat

Omicron Update: ରାଜସ୍ଥାନରୁ ଆଉ ୪ Omicron ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜସ୍ଥାନ ଜୟପୁରରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ(4 new cases of Omicron reorted in Jaipur) ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Dec 13, 2021, 8:40 AM IST

ରାଜସ୍ଥାନରୁ ଆଉ ୪ Omicron ଆକ୍ରାନ୍ତ ଚିହ୍ନଟ
ରାଜସ୍ଥାନରୁ ଆଉ ୪ Omicron ଆକ୍ରାନ୍ତ ଚିହ୍ନଟ

ଜୟପୁର: ଦେଶ ସମେତ ବିଭିନ୍ନ ରାଜ୍ୟକୁ ମାଡିଲାଣି ଓମିକ୍ରନ ଭାରିଏଣ୍ଟ (Omicron Varient)। ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜସ୍ଥାନ ଜୟପୁରରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ(4 new cases of Omicron reorted in Jaipur) ହୋଇଛନ୍ତି ।

କିଛି ଦିନ ପୂର୍ବରୁ ଚାରିଜଣ ବିଦେଶକୁ ଫେରିଥିଲେ । ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ସମସ୍ତ ୪ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ପରୀକ୍ଷା ଆରମ୍ଭ ହୋଇଛି । ସମସ୍ତ ଓମିକ୍ରମ ସଂକ୍ରମିତଙ୍କୁ ଆରୟୁଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନଥିବାବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ।

ଏହାପୂର୍ବରୁ ଜୟପୁରରେ 9 ଜଣ omicron ପ୍ରଜାତିରେ ସଂକ୍ରମିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ଫେରନ୍ତା ୪ଜଣଙ୍କ ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ଜଣଙ୍କୁ ମିଶାଇ ମୋଟ ୯ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସମସ୍ତ ୯ ଜଣ omicron ଭୂତାଣୁରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ରହିଥିଲେ ।

ଆହୁରି ପଢନ୍ତୁ...Omicron Update: ଆନ୍ଧ୍ର-ହରିୟାଣାରୁ ପ୍ରଥମ ରୋଗୀ ଚିହ୍ନଟ

ପ୍ରକାଶ ଥାଉ କି ଗତକାଲି ଆନ୍ଧ୍ର ପ୍ରଦେଶ ଓ ହରିୟାଣାରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆୟରଲ୍ୟାଣ୍ଡ ଫେରନ୍ତା ଆନ୍ଧ୍ରର ଜଣେ 34 ବର୍ଷୀୟ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇ ଥିବାବେଳେ ହରିୟାଣାର ଜଣେ ବିଦେଶ ଫେରନ୍ତା ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଓମିକ୍ରନ ପହଞ୍ଚି ସାରିଛି । ଜୟପରୁର ଆଉ ୪ ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 39ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details