ବେଙ୍ଗାଲୁରୁ:ମଣିଷ ଜୀବନ ଠାରୁ ସମ୍ପତ୍ତି ହେଲା ମୂଲ୍ୟବାନ । ଦସ୍ତଖତର ଆବଶ୍ୟକ ହେବା ପୂର୍ବରୁ ଆଇସିୟୁ (ICU)ରୁ ବେଡ଼ରୁ ରୋଗାକ୍ରାନ୍ତ ୮୦ ବର୍ଷର ବୃଦ୍ଧାଙ୍କୁ ଅଣାଯାଇଛି (Old woman brought from ICU to sign property deed) । ବୃଦ୍ଧା ଜଣକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ଦସ୍ତଖତ କରିଛନ୍ତି । ଶୁକ୍ରବାର ବେଲଗାଭୀ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।
ବେଲଗାଭୀ ଅଞ୍ଚଳର ହିରେବାଗେୱାଡି ଅଧିବାସୀ ମହାଦେବୀ (୮୦)ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ନାମରେ ୨ ଏକର ୩୫ ଗୁଣ୍ଠ ଜମି ରହିଛି । କାଳେ ତାଙ୍କର ମୃତ୍ୟୁ ଘଟିବ ଏହା ପୂର୍ବରୁ ବୃଦ୍ଧାଙ୍କ ସନ୍ତାନ ହୋସମାନି (୫୪) ଓ ରବିନ୍ଦ୍ର ହୋସମାନି (୫୧) ସମ୍ପତ୍ତିକୁ ସନ୍ତାନଙ୍କ ନାମରେ କରିବା ପାଇଁ ସବ୍-ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ଏହାପରେ ବୃଦ୍ଧାଙ୍କୁ ହସ୍ପିଟାଲରୁ ବେଡ଼ରୁ ଅଣାଯାଇ ଏହି ଦସ୍ତଖତ କରାଯାଇଥିବା ଜଣାପଡ଼ିଛି ।