ଓଡିଶା

odisha

ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖେ ହିନ୍ଦୀ ଭାଷା: ଅମିତ ଶାହ

ଆଜି ହିନ୍ଦୀ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର 14କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖେ ହିନ୍ଦୀ ଭାଷା ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

By

Published : Sep 14, 2022, 12:23 PM IST

Published : Sep 14, 2022, 12:23 PM IST

Union Home Minister Amit Shah
Union Home Minister Amit Shah

ନୂଆଦିଲ୍ଲୀ: ‘‘ସୀମା ଓ ଭୌଗଳିକ ପରିସ୍ଥିତି ପରେ ଦେଶ ତାର ଭାଷାକୁ ନେଇ ଚିହ୍ନିତ ହୋଇଥାଏ । ଦେଶର ସବୁଠୁ ବଡ ପରିଚୟ ହେଉଛି ତାର ଭାଷା । ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ । ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି । ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖେ ହିନ୍ଦୀ ଭାଷା ।’’ ଆଜି ହିନ୍ଦୀ ଦିବସ ଅବସରରେ ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ହିନ୍ଦୀ ଦିବସ ଅବସରରେ ଏକ ଟ୍ବିଟ କରି ଗୃହମନ୍ତ୍ରୀ ଲେଖିଛନ୍ତି,‘‘ରାଷ୍ଟ୍ରଭାଷା ହିନ୍ଦୀ ରାଷ୍ଟ୍ରକୁ ଏକତାର ସୁତ୍ରରେ ବାନ୍ଧି ରଖେ । ହିନ୍ଦୀ ସମସ୍ତ ଭାରତୀୟ ଭାଷାର ସାଥୀ ଅଟେ । ମୋଦି ସରକାର ହିନ୍ଦୀ ସହିତ ସମସ୍ତ ସ୍ଥାନୀୟ ଭାଷାର ସମାନ୍ତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ।’’ ହିନ୍ଦୀ ଭାଷାକୁ ସରକ୍ଷଂଣ ଓ ପ୍ରୋତ୍ସାହନ କରୁଥବା ମହାନୁଭବଙ୍କୁ ପ୍ରଣାମ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହା ସହ ହିନ୍ଦୀ ଦିବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ହିନ୍ଦୀ ଦିବସ ଅବସରରେ ସୁରଟରେ ଆୟୋଜିତ ଦ୍ବିତୀୟ ସର୍ବ-ଭାରତୀୟ ଭାଷା ସମ୍ମିଳନୀରେ (Second All India Official Language Conference) ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ ।

ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ରାଷ୍ଟ୍ର ଭାଷା ଭାବରେ ଘୋଷଣା ହେବା ପରେ ଏହି ଦିନକୁ ହିନ୍ଦୀ ଭାଷା ଦିବସ ଭାବରେ ପାଳନ କରାଯାଇ ଆସୁଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଯିଏକି ସେପ୍ଟେମ୍ବର 14କୁ ହିନ୍ଦୀ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ । 1949ରେ ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲେଖା ଯାଇଥିବା ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା ରୂପେ ସ୍ବୀକାର କରିଥିଲେ । ୧୯୭୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଥମ ବିଶ୍ବ ହିନ୍ଦୀ ଦିବସ ସମ୍ମିଳନୀର ଉଦଘାଟନ କରିଥିଲେ । ସେହି ବର୍ଷ ଭାରତ, ମରିସିସ, ୟୁନାଇଟେଡ କିଙ୍ଗଡମ, ଟୋବେଗୋ, ଆମେରିକା ଭଳି ଦେଶରେ ବିଶ୍ବ ହିନ୍ଦୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୨୦୦୬ରେ ବିଶ୍ବ ହିନ୍ଦୀ ଦିବସ ପାଳନ ହୋଇଥିଲା ।

ଏହି ବି ପଢନ୍ତୁ...ଗୋଆରେ କଂଗ୍ରେସକୁ ଝଟକା, ବିଜେପିରେ ମିଶିବେ ୮ ବିଧାୟକ

26 ଜାନୁଆରୀ 1950ରେ ହିନ୍ଦୀକୁ ଭାରତର ସରକାରୀ ଭାଷା ଭାବରେ ବ୍ୟବହାର କରିବାର ଭାରତ ସମ୍ବିଧାନ ଦ୍ବାରା ନିଷ୍ପତ୍ତି ହୋଇଥିଲା । ବହୁଭାଷୀ ଦେଶରେ ସରକାରୀ କାର୍ଯ୍ୟକୁ ସରଳ କରିବା ପାଇଁ ହିନ୍ଦୀକୁ ସରକାରୀ ଭାଷା ମଧ୍ୟରୁ ଗୋଟିଏ କରାଯାଇଥିଲା । 258 ନିୟୁତ ହିନ୍ଦୀକୁ ମାତୃଭାଷା ଭାବରେ ବ୍ୟବହାର କରନ୍ତି । ବିଶ୍ବର ଚତୁର୍ଥ ସର୍ବାଧିକ କଥିତ ଭାଷା ଭାବରେ ମାନ୍ୟତା ପାଇଛି ହିନ୍ଦୀ । ଭାରତରେ ଆହୁରି ଅନେକ ଭାଷା ରହିଛି ଯାହା ବିଲୁପ୍ତ ହେବାକୁ ବସିଲାଣି । ଯାହା ଏକ ଚିନ୍ତାର କାରଣ ନିଶ୍ଚୟ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରାଯାଏ ।

ABOUT THE AUTHOR

...view details