ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ହାଇକୋର୍ଟରେ ନିଯୁକ୍ତି ପାଇଲେ ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର - ଓଡିଶା ଉଚ୍ଚନ୍ୟାୟାଳୟ

ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର। ସର୍ବୋଚ୍ଚ ନ୍ୟାୟାଳୟ ଦେଲେ ନିଯୁକ୍ତି। ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହାଇକୋର୍ଟରକୁ ସ୍ଥାନାନ୍ତରିତ ହେଲେ ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର
ଉତ୍ତରାଖଣ୍ଡ ହାଇକୋର୍ଟରକୁ ସ୍ଥାନାନ୍ତରିତ ହେଲେ ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

By

Published : Sep 18, 2021, 5:24 PM IST

ଡେରାଡୁନ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ବିଭିନ୍ନ ହାଇକୋର୍ଟର 5 ଜଣ ବିଚାରପତିଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିପରି ବିଭିନ୍ନ ହାଇକୋର୍ଟର 28 ଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରାଯାଇଛି ।

ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ 8 ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ କରିବାକୁ ସୁପାରିଶ କରିଛନ୍ତି। ଓଡ଼ିଶା ହାଇକୋର୍ଟରୁ ଉତ୍ତରାଖଣ୍ଡକୁ ସ୍ଥାନାନ୍ତରିତ ହୋଇଥିବା ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ 1999 ମସିହାରେ ଜୟପୁରରେ ଅତିରିକ୍ତ ଜିଲ୍ଲାଜଜ ଭାବରେ ନିଯୁକ୍ତି ମିଳିଥିଲା । ପରେ ସେ 2009 ମସିହା ଅକ୍ଟୋବର 7 ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ପାଇଥିଲେ। ଜଷ୍ଟିଜ ମିଶ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଶେଷ କରିବା ପରେ ଆଇନଜୀବୀ ଭାବେ ନିଜ ବୃତ୍ତିଗତ କ୍ୟାରିୟର ଆରମ୍ଭ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details