ଜୟପୁର:ଯୁବକଙ୍କୁ ବିବାହର ପ୍ରତିଶୃତି ଦେଇ ଟଙ୍କା ଲୁଟି ନେଲେ ମହିଳା । ବିବାହ କରିବାକୁ ମନା କରିବା ସହ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଉଛନ୍ତି ମହିଳା ଜଣକ । ଏଭଳି ଏକ ସାଙ୍ଘାତିକ ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଓଡ଼ିଶାର ଜଣେ ଇଞ୍ଜିନିୟର ଏଭଳି ଏକ ହନିଟ୍ରାପ୍ର ଶିକାର ହୋଇଛନ୍ତି ।
ପଣ୍ଡିତ ରବୀନ୍ଦ୍ର କୁମାର ନାମକ ଯୁବକ ଦିଲ୍ଲୀରେ ରହୁଥିବା ସୁଜାତା ନାମକ ମହିଳାଙ୍କ ଠାରୁ ବିବାହ ପ୍ରତିଶୃତି ପାଇଥିଲେ । ପଣ୍ଡିତ ରବୀନ୍ଦ୍ର କୁମାର ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ସେ ବର୍ତ୍ତମାନ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ କରିଡରରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୧ରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ଯୋଗୁଁ ତାଙ୍କ ଦେଢ଼ ବର୍ଷର ଛୁଆର ଲାଳନ ପାଳନ ପାଇଁ ଆଉ ଥରେ ବିବାହ କରିବାକୁ ମନସ୍ଥ କରିଥିଲେ । ଶାଦି ଡଟ୍ କମ୍ ନାମକ ୱେବ୍ସାଇଟରୁ ଜଣେ ବିଧବା ମହିଳାଙ୍କ ସହ ତାଙ୍କ ପରିଚୟ ହୋଇଥିଲା ।