ଓଡିଶା

odisha

ଏମକେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : May 2, 2021, 7:12 PM IST

ଡିଏମକେ ସଭାପତି ଏମ.କେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 234 ବିଧାନସଭା ଆସନରୁ ବର୍ତ୍ତମାନ ସୁଦ୍ଧା 63ଟି ଆସନରେ ଡିଏମକେ ବିଜୟୀ ହୋଇଛି । ଅଧିକ ପଢ଼ନ୍ତୁ...

ଏମ.କେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଏମ.କେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଡିଏମକେ ସଭାପତି ଏମ.କେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 234 ବିଧାନସଭା ଆସନରୁ ବର୍ତ୍ତମାନ ସୁଦ୍ଧା 63ଟି ଆସନରେ ଡିଏମକେ ବିଜୟୀ ହୋଇଛି । ସେହିଭଳି 19ଟି ଆସନରେ ବିଜୟୀ ହୋଇଛି ଏଆଇଏଡିଏମକେ । ବର୍ତ୍ତମାନ 96ଟି ଆସନରେ ଆଗୁଆ ରହିଛି ଡିଏମକେ ଦଳ । ଏହାପରେ ରାଜ୍ୟରେ ଡିଏମକେ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ, "ତାମିଲନାଡ଼ୁରେ ଡିଏମକେ ବିଜୟୀ ହୋଇଛି । ଏଥିପାଇଁ ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା । ଏକ ସଫଳ ଶାସନକାଳ ପାଇଁ ଶୁଭେଚ୍ଛା ।"

ସକାଳ 8ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହାପରେ ଲଗାତାର ଡିଏମକେ ଗଣତିରେ ଆଗୁଆ ଥିଲା । ଦିନତମାମ ଦଳ 146 ବିଧାନସଭା ଆସନରେ ଆଗୁଆ ରହିଥିଲା । ତେବେ ଶେଷ ବେଳକୁ ଡିଏମକେ ଏକ ପ୍ରକାର ବିଜୟ ହାସଲ କରିବା ନିଶ୍ଚିତ ହୋଇଛି। ପୁଣି ଥରେ ଏମକେ ଷ୍ଟାଲିମ ତାମିଲନାଡ଼ୁ ମଙ୍ଗ ଧରିବାକୁ ପ୍ରସ୍ତୁତ ହେଉଛନ୍ତି ଏମେ ଷ୍ଟାଲିନ।

ଡିଏମକେ ସଭାପତି ଏମ.କେ ଷ୍ଟାଲିନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନସିପି ସଭାପତି ଶରଦ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details