ଓଡିଶା

odisha

ETV Bharat / bharat

ସ୍ବାମୀଙ୍କଠୁ ଅଲଗା ହେବା ନେଇ ନୁସରତଙ୍କ କଡା ବୟାନ, ବୈଧ ନୁହେଁ ବିବାହ

ନୁସରତ ଜାହାଁଙ୍କ କହିବା ଅନୁଯାୟୀ, ତାଙ୍କର ଓ ନିଖଲ ଜୈନଙ୍କ ବିବାହ ତୁର୍କୀର ଆଇନ ଆଧାରରେ ହୋଇଥିଲା । ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ । ତେବେ ତଲାକର ପ୍ରଶ୍ନ ଉଠୁନଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

By

Published : Jun 9, 2021, 5:01 PM IST

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ
ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ନୂଆଦିଲ୍ଲୀ: ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ଓ ଟିଏମସି ସାଂସଦ ନୁସରତ ଜାହାଁ ନିଜ ସ୍ବାମୀଙ୍କଠୁ ଅଲଗା ହେବା ଖବର ଉପରେ ଖୋଲିଛନ୍ତି ମୁହଁ । ନୁସରତ କହିଛନ୍ତି, ତାଙ୍କର ଓ ନିଖଲ ଜୈନଙ୍କ ବିବାହ ତୁର୍କୀର ଆଇନ ଅନୁଯାୟୀ ହୋଇଥିଲା ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ
ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ନୁସରତ କହିଛନ୍ତି, ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ । ସୂଚନା ଅନୁଯାୟୀ, ନୁସରତ ଜାହାଁ ଗତ 6 ମାସରୁ ନିଜ ସ୍ବାମୀଙ୍କଠୁ ଅଲଗା ରହୁଥିଲେ । ଏବେ ସେ ଗର୍ଭବତୀ ଥିବା କୁହାଯାଉଛି । ଆଉ ଏ ବାବଦରେ ସ୍ବାମୀ ନିଖିଲଙ୍କୁ ଜଣାନାହିଁ ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ନୁସରତ ନିଖିଲ ଜୈନଙ୍କୁ 2019ରେ ତୁର୍କୀରେ ବିବାହ କରିଥିଲେ । ସେ ନିଜ ବିବାହ ଆଉ ଏହାସହିତ ଜଡିତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇ ପୁରା ମାମଲା ଉପରେ ବୟାନ ଜାରି କରିଛନ୍ତି ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ନୁସରତ ଏବେ ନିଖଲ ଜୈନଙ୍କ ସହ ନିଜ ବିବାହକୁ ଅମାନ୍ୟ ବୋଲି କହିଛନ୍ତି । ନୁସରତ ନିଜ ବୟାନରେ କହିଛନ୍ତି, ତୁର୍କୀ ବିବାହ ନିୟମ ଅନୁଯାୟୀ, ବିଦେଶ ମାଟିରେ ବିବାହ ଆୟୋଜିତ ହେବା ଏହି ସମାରୋହକୁ ଅମାନ୍ୟ ଘୋଷିତ କରୁଛି ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ଏହା ବ୍ୟତୀତ ଏହି ବିବାହ ଅନ୍ତରଧାର୍ମିକ । ଏଥିପାଇଁ ବିବାହର ଭାରତରେ ସ୍ପେଶାଲ ମ୍ୟାରେଜ ଆକ୍ଟରେ ମାନ୍ୟ ହେବା ଜରୁରୀ । ଯାହା ହୋଇନାହିଁ । ଆଇନ ଆଧାରରେ ଏହି ବିବାହ ମାନ୍ୟ ନୁହେଁ । ବରଂ ଏକ ସମ୍ପର୍କ କିମ୍ବା ଲିଭ ଇନ ରିଲେସନସିପ । ଏଭଳି ସ୍ଥିତିରେ ତଲାକ ନେବାର ପ୍ରଶ୍ନ ଉଠୁନଥିବା କହିଛନ୍ତି ନୁସରତ ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ନୁସରତ ଆହୁରି ମଧ୍ୟ କହିଛନ୍ତି, ଆମେ ବହୁ ପୂର୍ବରୁ ଅଲଗା ହୋଇଯାଇଥିଲୁ । ହେଲେ ମୁଁ ଏହି ବିଷୟରେ କେବେ ମୁହଁ ଖୋଲି ନଥିଲି । କାରଣ ମୁଁ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିଲି । ଏଥିପାଇଁ ମୋର କୌଣସି କଥାକୁ ଆମ ଅଲଗା ହେବା ସହ ଯୋଡି ନଦେଖାଯାଉ । ଯେଉଁ ବିବାହ ବିଷୟରେ ଆଲୋଚନା ହେଉଛି ତାହା ମାନ୍ୟ ନୁହେଁ । ଏଥିପାଇଁ ଆଇନ ନଜରରେ ଏହା ବିବାହ ନୁହେଁ ।

ସ୍ବାମୀଠୁ ଅଲଗା ଉପରେ ନୁସରତଙ୍କ ବୟାନ, ବୈଧ ନୁହେଁ ବିବାହ

ABOUT THE AUTHOR

...view details