ବିଭିନ୍ନ ଉଦ୍ଦେଶ୍ୟରେ ଯାତ୍ରା ଓ ଭ୍ରମଣ ମାନବ ସଭ୍ୟତା ସହ ଜଡିତ ହୋଇ ରହିଆସିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ କାରଣରୁ ବିମାନ ଯୋଗେ ଜାତୀୟ ଓ ଅନ୍ତର୍ଜାତୀୟ ସୀମା ପାର ହୁଅନ୍ତି । ଏଥିଯୋଗୁଁ ଅତିଶୟ କ୍ଲାନ୍ତିର ବି ସେମାନେ ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ । ବିମାନ ଯାତ୍ରାଜନିତ କ୍ଲାନ୍ତି ଆଜିକାଲି ନୂଆ ରୋଗରେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଯାତ୍ରାଜନିତ କ୍ଲାନ୍ତିକୁ ଆୟୁର୍ବେଦରେ ରଥକଶୋଭା ବୋଲି ବିଚାର କରାଯାଏ ବୋଲି ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପି.ଭି ରଙ୍ଗାନାୟକଲୁ କହନ୍ତି । ଭ୍ରମଣଜନିତ ଅତିଶୟ କ୍ଲାନ୍ତିର ଉପଚାର ପାଇଁ ଆୟୁର୍ବେଦୀୟ ଚିକିତ୍ସା ବ୍ୟବସ୍ଥା ରହିଛି ବି ବୋଲି ସେ କହନ୍ତି ।
ପରିବହନ ବ୍ୟବସ୍ଥାରେ ବୈପବ୍ଲିକ ପରିବର୍ତ୍ତନ ଆସିବା ପୂର୍ବରୁ ଘୋଡାଦୌଡ ଗତିରେ ଆମେ ଯିବାଆସିବା କରୁଥିଲୁ । ଆଜିଆମେ ପ୍ରତି ଘଂଟାକୁ ୧ ହଜାର କିଲୋମିଟର ବେଗରେ ଯାତ୍ରା କରୁଛୁ । ଆମକୁ ଅନ୍ୟ ଟାଇମ ଜୋନ୍ ଅଂଚଳରେ ମାତ୍ର କିଛି ଘଂଟାରେ ପହଂଚିଯାଉଛୁ । ଭିନ୍ନ ଭିନ୍ନ ଟାଇମ ଜୋନରେ ପହଂଚିଲେ ଆମେ କ୍ଲାନ୍ତି ଅନୁଭବ କରିବା ସହ ନିଦ୍ରାଭିଭୂତ ହୋଇଯାଉ । ଆମର ନିଦ୍ରା ଶୃଙ୍ଖଳା ପ୍ରଭାବିତ ହୋଇଥାଏ । ପୂର୍ବ ଓ ପଶ୍ଚିମକୁ ଯାତ୍ରା କଲେ ଏସବୁ ଲକ୍ଷଣ ଦେଖାଯାଏ । ସାଧାରଣତଃ ଉତ୍ତର ଓ ଦକ୍ଷିଣକୁ ବିମାନ ଯାତ୍ରା କଲେ ଜେଟଲାଗ୍ ସୃଷ୍ଟି ହୁଏ ନାହିଁ । କାରଣ ଆମେ ସମାନ ଟାଇମ ଜୋନରେ ରହୁ । ଯଦି ଆମେ ୧୬୦୦ କିଲୋମିଟର ପୂର୍ବ ବା ପଶ୍ଚିମକୁ ଯିବା , ତାହା ହେଲେ ଆମେ ଗୋଟିଏ ଘଂଟା ହରାଇବା ବା ପାଇବା ।
ଯେତେବେଳେ ଆମେ ଟାଇମ ଜୋନ ଦେଇ ଯାତ୍ରା କରୁ ସେତେବେଳେ ଦିନର ଭିନ୍ନ ସମୟ ସହ ଖାପ ଖୁଆଇବାକୁ ପଡିଥାଏ । ତାହା ଆମପାଇଁ ଏକ ଅଲଗା ଅନୁଭୂତି । ତେଣୁ ଜେଟଲାଗ୍ର ଏକାଧିକ ଲକ୍ଷଣ ଆମଠାରେ ଅନୁଭୂତ ହୁଏ ।