ଓଡିଶା

odisha

ETV Bharat / bharat

Prophet Remarks: ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ - ନୂପୁର ଶର୍ମା

ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଘଟଣା । ଆତ୍ମରକ୍ଷା ପାଇଁ ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ । ବିଜେପିରୁ ନିଲମ୍ବିତ ହୋଇଛନ୍ତି ନୂପୁର । ଅଧିକ ପଢନ୍ତୁ

ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ
ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

By

Published : Jan 12, 2023, 5:18 PM IST

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ହୋଇଛି । ଆତ୍ମରକ୍ଷା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ ଏହି ଲାଇସେନ୍ସ ମିଳିଛି । ବିବାଦୀୟ ବୟାନ ପରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ।

ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ସେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଥିବାବେଳେ ତାଙ୍କୁ ଦଳ ନିଲମ୍ବିତ କରିଥିଲା । ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସା ହୋଇଥିଲା । ସର୍ବୋଚ୍ଚ ଅଦଲାତ ମଧ୍ୟ ନୂପୁରଙ୍କ କଡା ଭର୍ତ୍ସନା କରିବା ସହ ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏହାସହିତ ଉଦୟପୁର ହତ୍ୟାକାଣ୍ଡ ଘଟଣା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଦାୟୀ କରିଥିଲେ । ଏହାପରେ ବାରମ୍ବାର ନିଲମ୍ବିତ ବିଜେପି ନେତ୍ରୀଙ୍କୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଥିଲେ ।

ଏହାସହିତ ତାଙ୍କୁ ସମର୍ଥନ କରୁଥିବା ଲୋକେ ମଧ୍ୟ ହତ୍ୟା ଧମକ ପାଇଥିଲେ । ଏମିତିକି ଏହି ଘଟଣାକୁ ନେଇ ଦେଶରେ ଦୁଇ ଦୁଇଟି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟାଲାଲଙ୍କୁ ତାଙ୍କର ଦୋକାନ ଭିତରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଥରେ କି ଦୁଇଥର ନୁହେଁ, ୨୬ ଥର ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ସେହିପରି ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ମହାରାଷ୍ଟ୍ର କୋହ୍ଲାପୁରର ଫାର୍ମାଷିଷ୍ଟ ଉମେଶ କୋହ୍ଲେଙ୍କୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ତାଙ୍କର ଅନ୍ୟ କିଛି ସମର୍ଥକଙ୍କୁ ମଧ୍ୟ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିବା ସହ କେତେକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ।

ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ନୂପୁର ଶର୍ମା ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ଲାଗି ଆବେଦନ କରିଥିଲେ । ଦିଲ୍ଲୀ ପୋଲିସ ଏବେ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛି ।

ABOUT THE AUTHOR

...view details