ହାଇଦ୍ରାବାଦ:ତେଲେଙ୍ଗାନା ମେହବୁବନଗର ଚାଲିଥିଲା ଧର୍ମ ନାଁରେ ଅଶ୍ଳୀଳତା । ପ୍ରାୟ ୨୫ଜଣ ମହିଳାଙ୍କ ଉଲଗ୍ନ ଫଟୋ ଉଠାଉଥିବା ଗ୍ୟାଙ୍ଗକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଏନେଇ ଜଣେ ମହିଳା ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି । ପୋଲିସ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କିଛି ମହିଳାମାନଙ୍କୁ ଅଜଣା ଗୁରୁଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରିବାର ସୁଯୋଗ ଦେବା ଲାଗି ପ୍ରତିଶୃତି ଦେଇ ଉଠାଉଥିଲେ ଉଲଗ୍ନ ଫଟୋ । ଏହାଦ୍ବାରା ବାବାଙ୍କ ନିକଟରେ ପୂଜା କରିବା ଲାଗି ଚୟନ ହେବା ସହିତ କୋଟି କୋଟି ଟଙ୍କା ପୁରସ୍କାର ରାଶି ଜିତିବା ଲାଗି ପ୍ରଲୋଭନ ଦେଖାଉଥିଲେ । ଏହି ଠକେଇର ଶିକାର ହୋଇ ମହିଳାମାନେ ଫଟୋ ଉଠାଇବା ଲାଗି ରାଜି ହୋଇଯାଉଥିଲେ । ନ୍ୟୁଡ ଫଟୋ ଗ୍ୟାଙ୍ଗ ମହିଳାମାନଙ୍କୁ ଏପରି କରିବା ଲାଗି ପ୍ରବର୍ତ୍ତାଉଥିଲା । ଏହି ଘଟଣା ସାମନାକୁ ଆସିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ବି ପଢନ୍ତୁ- ବିଶ୍ବାସରେ ବିଷ ଦେଲା ବନ୍ଧୁ: ଦେଖା କରିବାକୁ ଡାକି ନାବାଳିକାକୁ ଦୁଷ୍କର୍ମ କଲା ଇନଷ୍ଟ୍ରା ଫ୍ରେଣ୍ଡ
ଯଦି ମହିଳାମାନେ ପୂଜା ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେମାନେ କୋଟି କୋଟି ଟଙ୍କା ପୁରସ୍କାର ରାଶି ଜିତିପାରିବେ । ହେଲେ ଏହି ପୂଜା ଲାଗି ମହିଳାମାନଙ୍କ ନ୍ୟୁଡ ଫଟୋ ଆବଶ୍ୟକ ବୋଲି ଏହି ଗ୍ୟାଙ୍ଗ କହିଥିଲା । ପ୍ରାୟ ୨୦ରୁ ୨୫ ଜଣ ମହିଳା ଏହି ଠକେଇର ଶିକାର ହୋଇଥିବା ମେହବୁବ ନଗର ପୋଲିସ କହିଛି । ଗତ ୧୮ ତାରିଖରେ ୧୦୦କୁ ଏହି ଘଟଣା ସମ୍ପର୍କରେ ଜଣେ ମହିଳା ସୂଚନା ଦେଇଥିଲେ । ଏହାପରେ ପୋଲିସ ମହିଳା ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାରେ ପୋଲିସ ପ୍ରଥମେ ଜୈନଉଲ୍ଲାଉଦ୍ଦିନଙ୍କୁ ଧରିଥିଲା ପୋଲିସ । ପୋଲିସ ଜୈନଙ୍କୁ ଅଧିକ ପଚରା ଉଚରା କରିବା ପରେ ନ୍ୟୁଡ ଫଟୋ ସମ୍ପର୍କରେ ପୋଲିସକୁ ସୁରାକ ମିଳିଥିଲା । ପୋଲିସର କହିବାନୁସାରେ ଜୈନ ଜଡଚରଲାଠାରେ ଏକ ଭଡା଼ ଘରେ ରହୁଥିଲା । ଜୈନ ସହିତ ଅନ୍ୟ ଅଭିଯୁକ୍ତ ରାମୁଲୁ, ଶଙ୍କର ଅଲ୍ଲୀ, ରାମୁଲୁ ନାଏକ ମଧ୍ୟ ମହିଳାମାନଙ୍କ ନ୍ୟୁଡ ଫଟୋ ସଂଗ୍ରହ କରୁଥିଲେ । ଏହାପରେ ଏମାନେ ମୁଖ୍ୟ ଅଭିଯୁକ୍ତ ତିରୁପତି ନିକଟକୁ ପଠାଉଥିଲେ । ସ୍ବତନ୍ତ୍ର ପୂଜା ଲାଗି କେହି ଜଣେ ଅଜଣା ବାବା ଉକ୍ତ ଫଟୋ ଦେଖି ମହିଳାମାନଙ୍କୁ ଚୟନ କରୁଥିବା ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ।
ତଦନ୍ତ ବେଳେ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ପ୍ରାୟ ୨୦ରୁ ୨୫ ଜଣ ମହିଳାଙ୍କ ଉଲଗ୍ନ ଫଟୋକୁ ସଂଗ୍ରହ କରିଛନ୍ତି । ଗତ ୨ ମାସ ଧରି ଏହି ଫଟୋଗୁଡିକୁ ସେ ତିରୁପତି ନିକଟକୁ ପଠାଉଥିଲେ । ଏହାପରେ ତିରୁପତି ଉକ୍ତ ଅଜଣା ବାବାଙ୍କ ନିକଟକୁ ଏହି ଫଟୋକୁ ପଠାଉଥିଲା । ତେବେ କିଏ ଏହି ଅଜଣା ବାବା ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ପ୍ରୟାସ ଜାରି ରଖିଛି ।