ଓଡିଶା

odisha

Shimla blast: ଘଟଣାସ୍ଥଳରେ NSG ଟିମ୍‌ର ତଦନ୍ତ ଆରମ୍ଭ, 18 ଘଟିଥିଲା ବିସ୍ଫୋରଣ

ଶିମ୍‌ଲା ବିସ୍ଫୋରଣ ସ୍ଥଳରେ NSGର ତଦନ୍ତ ଆରମ୍ଭ । 18 ତାରିଖରେ ଘଟିଥିଲା ବିସ୍ଫୋରଣ । ଜଣଙ୍କ ମୃତ୍ୟୁ ସହ 13 ଜଣ ହୋଇଥିଲେ ଆହତ । ଅଧିକ ପଢନ୍ତୁ

By

Published : Jul 23, 2023, 7:39 PM IST

Published : Jul 23, 2023, 7:39 PM IST

Shimla blast: ଘଟଣାସ୍ଥଳରେ NSG ଟିମ୍‌ର ତଦନ୍ତ ଆରମ୍ଭ, 18 ଘଟିଥିଲା ବିସ୍ଫୋରଣ
Shimla blast: ଘଟଣାସ୍ଥଳରେ NSG ଟିମ୍‌ର ତଦନ୍ତ ଆରମ୍ଭ, 18 ଘଟିଥିଲା ବିସ୍ଫୋରଣ

ଶିମଲା:ଶିମଲାରେ 18 ତାରିଖରେ ହୋଇଥିବା ବିସ୍ଫୋରଣ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା NSG ଟିମ୍‌ । 18 ତାରିଖରେ ଶିମଲା ସହରର କେନ୍ଦ୍ରସ୍ଥଳରେ ଥିବା ହିମାଚଳାଇ ରସୋଇ ରେସ୍ତୋରାଁ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଥିଲେ । ପ୍ରଥମେ ଏହା ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏ ସମ୍ପର୍କରେ ପ୍ରାଥମିକ ତଦନ୍ତରେ ସେପରି କିଛି ନମିଳିବା ପରେ ସନ୍ଦେହ ଆତଙ୍କୀ ଲିଙ୍କ୍‌ ଆଡକୁ ଯାଇଥିଲା । ଏହାପରେ ଏହାର ତଦନ୍ତ ଆତଙ୍କୀ ଲିଙ୍କ୍‌ ଦିଗ ସହ ଆରମ୍ଭ ହୋଇଥିଲା । ଆଜି ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି) ଅଧିକାରୀଙ୍କ ସହ କମାଣ୍ଡୋଙ୍କ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମଗ୍ର ଅଞ୍ଚଳକୁ କର୍ଡନ କରି ଡଗ୍‌ ସ୍କ୍ବାଡ୍‌ ସାହାଯ୍ୟରେ ଅନୁସନ୍ଧାନ କରାଯାଉଛି । ସହ ବିସ୍ଫୋରଣ ସ୍ଥଳରୁ ବିଭିନ୍ନ ନମୂନା ସଂଗ୍ରହ କରାଯାଇ ଫୋରେନସିକ ଲ୍ୟାବ୍‌କୁ ପଠାଯାଇଛି ।

18 ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ଉକ୍ତ ରେସ୍ତାରାଁ ସହ ପ୍ରାୟ 12ଟି ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା । ଜଣଙ୍କ ମୃତ୍ୟୁ ହେବା ସହ 12 ଜଣ ଆହତ ହୋଇଥିଲେ । ପ୍ରାୟ 5 ଶହ ମିଟର ପର୍ଯ୍ୟନ୍ତ ଏହି ବିସ୍ଫୋରଣର କମ୍ପନ ଅନୁଭୂତ ହୋଇଥିଲା । ପ୍ରାଥମିକ ଭାବେ ଶିମଲା ପୋଲିସ ଅଧୀକ୍ଷକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌ (SIT) ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତାର ଧାରା 336, 337 ଓ 304-Aରେ ଏକ ମାମଲା ରୁଜୁ କରାଯାଇଛି । ହେଲେ ଏବେ ଏନଏସ୍‌ଜି ଏହାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:-ହାଇସିକ୍ୟୁରିଟି ଜୋନରେ ସନ୍ଦିଗ୍ଧ ବ୍ୟାଗ ଠାବ, ମିଳିଲା ନେକଲେସ

ବିସ୍ଫୋରଣର ପ୍ରାଣ ହରାଇଥିବା ବ୍ୟକ୍ତି ଅବନେଶ ସୁଦ ବୋଲି ଜଣାପଡ଼ିଥିଲା । ଅବନେଶ ନିଜ ପତ୍ନୀଙ୍କ ସହ ନିକଟରେ ଥିବା ଏକ ମନ୍ଦିରକୁ ଆସିଥିଲେ । ପତ୍ନୀ ମନ୍ଦିରରେ ଥିବା ବେଳେ ଉକ୍ତ ରେସ୍ତାରାଁ ନିକଟରେ ଅବନେଶ ଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ତାଙ୍କର ମୃତ୍ୟୁ ହେଇଥିଲା । ଆଖପାଖରେ ଥିବା 12 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଏହି ଘଟଣାର କେନ୍ଦ୍ରୀୟ ତଦନ୍ତ ଆରମ୍ଭ ହେବା ପରେ ପ୍ରକୃତ କାରଣ ଜଣାପଡିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details