ଓଡିଶା

odisha

By

Published : Apr 22, 2021, 6:53 AM IST

ETV Bharat / bharat

କୁମ୍ଭ ଆୟୋଜନ: ଉତ୍ତରପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖି ନାହାନ୍ତି ଡୋଭାଲ

କୁମ୍ଭ ଆୟୋଜନ ଉତ୍ତର ପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖିନାହାନ୍ତି ଏନଏସଏ ଡୋଭାଲ , ସ୍ପଷ୍ଟ କଲେ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ....

କୁମ୍ଭ ଆୟୋଜନ ଉତ୍ତର ପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖିନାହାନ୍ତି ଏନଏସଏ ଡୋଭାଲ
କୁମ୍ଭ ଆୟୋଜନ ଉତ୍ତର ପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖିନାହାନ୍ତି ଏନଏସଏ ଡୋଭାଲ

ନୂଆଦିଲ୍ଲୀ: ହରିଦ୍ୱାରରେ କୁମ୍ବ ମେଳାକୁ ସଫଳତାର ସହ ଆୟୋଜନ କରିଥିବାରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉତ୍ତରାଖଣ୍ଡ ସରକାର ଅଧିକାରୀଙ୍କୁ ପ୍ରଶଂସା କରିଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟର ଜଣେ ସରକାରୀ ଅଧିକାରୀ । ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଏହି ଚିଠି ନକଲି ଏବଂ ଏନଏସଏ ଏପରି କୌଣସି ଚିଠି ଲେଖି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

କୁମ୍ଭ ଆୟୋଜନ ଉତ୍ତର ପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖିନାହାନ୍ତି ଏନଏସଏ ଡୋଭାଲ

ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ ଚିଠିରେ ଡୋଭାଲ ତାଙ୍କୁ ‘କୁମ୍ଭ ମେଳା ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ’ ପ୍ରଶଂସା କରିଥିବା ଚର୍ଚ୍ଚା ଜୋର ଧରିଥିଲା । ଦେଶରେ କୋରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବା ବେଳେ କୁମ୍ଭ ଆୟୋଜନ ମଧ୍ୟ ସଂକ୍ରମଣ ଆଶଙ୍କାକୁ ମଧ୍ୟ ବଢାଇଛି । ତେବେ ଏହାରି ମଧ୍ୟରେ ଜାତୀୟ ପରାମର୍ଶଦାତା ଡୋଭାଲଙ୍କର ଏହି ଚିଠି ଲେଖି ପ୍ରଶଂସା କରିବା ପ୍ରସଙ୍ଗ ମଧ୍ୟ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲା । ପରେ ଏହି ଚିଠି ସମ୍ପର୍କିତ ଖବର ମିଥ୍ୟା ବୋଲି ସ୍ପଷ୍ଟ ହେବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

କୁମ୍ଭ ଆୟୋଜନ ଉତ୍ତର ପ୍ରଦେଶ ଅଧିକାରୀଙ୍କୁ କୌଣସି ଚିଠି ଲେଖିନାହାନ୍ତି ଏନଏସଏ ଡୋଭାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details