ଓଡିଶା

odisha

By

Published : Mar 28, 2021, 12:02 PM IST

ETV Bharat / bharat

ଦିଲ୍ଲୀ ପୋଲିସର ଏନକାଉଣ୍ଟର: ଆଖି ବୁଜିଲା କୁଖ୍ୟାତ ଅପରାଧି କୁଲଦୀପ

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ କୁଲଦୀପର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୁଖ୍ୟାତ ଅପରାଧୀ କୁଳଦୀପ
କୁଖ୍ୟାତ ଅପରାଧୀ କୁଳଦୀପ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ କୁଳଦୀପର ମୃତ୍ୟୁ । ଶନିବାର ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧି କୁଲଦୀପ ମନର ଫାଜ୍ଜାର ଦିଲ୍ଲୀ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ।

ଶୁକ୍ରବାର କୁଳଦୀପ ଫାଜ୍ଜା ଗୁରୁ ତେଗ ବାହାଦୁର ଡାକ୍ତରଖାନାରୁ ଚମ୍ପଟ ମାରିଥିଲା । ଫେରାର ପରେ ସେ ରୋହିଣୀ ସେକ୍ଟର 14ରେ ଥିବା ତୁଳସୀ ଆପାର୍ଟମେଣ୍ଟରେ ଲୁଚି ରହିଥିଲା । ପୋଲିସ ରୋହିଣୀ ସେକ୍ଟରରୁ ତାକୁ ଖୋଜି ପାଇଥିଲା । ଏହା ପରେ ଦିଲ୍ଲୀର ସ୍ବତନ୍ତ୍ର ପୋଲିସ କୁଳଦୀପ ଉପରେ ଗୁଳି ଚଲାଇଥିଲା ।

ପୋଲିସ ଗୁଳିରେ କୁଳଦୀପ ଆହତ ହୋଇଥିଲା । ତାକୁ ଆହତ ଅବସ୍ଥାରେ ଆମ୍ବେଦକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହା ସହିତ ଅପରାଧି ଗ୍ୟାଙ୍ଗର ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

କୁଲଦୀପ ଗତ ବର୍ଷ ସ୍ବତନ୍ତ୍ର ପୋଲିସ ଦ୍ବାରା ଗିରଫ ହୋଇଥିଲା । କୁଲଦୀପ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି 70ଟି ମାମଲା ରହିଥିଲା । ଗୁରୁବାର ପୋଲିସ ତାକୁ ଡାକ୍ତରଖାନା ନେଉଥିବା ସମୟରେ ତାର ସହଯୋଗୀମାନେ ପୋଲିସ ଉପରେ ଆକ୍ରମଣ କରିବା ସମୟରେ କୁଲଦୀପ ଖସି ପଳାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details