ଓଡିଶା

odisha

ETV Bharat / bharat

NDA Exam: ଆସନ୍ତା ବର୍ଷ ମହିଳାଙ୍କୁ ମିଳିବ ଏଣ୍ଟ୍ରି

ଆସନ୍ତା ବର୍ଷ ମେ ମାସରେ ମହିଳାଙ୍କୁ ଏନଡିଏ (NDA)ରେ ମହିଳାଙ୍କୁ ମିଳିବ ଏଣ୍ଟ୍ରି । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

NDA exam: ଆସନ୍ତା ବର୍ଷ ଏନଡିଏରେ ମହିଳାଙ୍କୁ ମିଳିବ ଏଣ୍ଟ୍ରି
NDA exam: ଆସନ୍ତା ବର୍ଷ ଏନଡିଏରେ ମହିଳାଙ୍କୁ ମିଳିବ ଏଣ୍ଟ୍ରି

By

Published : Sep 21, 2021, 10:59 PM IST

ନୂଆଦିଲ୍ଲୀ: ଖୁବ ଶୀଘ୍ର ଅପେକ୍ଷାର ଘଟିବ ଅନ୍ତ । ଆସନ୍ତା ବର୍ଷ ମେ ମାସରେ ମହିଳାଙ୍କୁ ଏନଡିଏ (NDA)ରେ ମହିଳାଙ୍କୁ ମିଳିବ ଏଣ୍ଟ୍ରି । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସମ୍ମାନଜନକ ଏନଡିଏ ମାଧ୍ୟମରେ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ମହିଳାଙ୍କ ଆଡମିଶନ ଆରମ୍ଭ ହେବ । ଏଥିପାଇଁ ସରକାର ମେ 2022 ସୁଦ୍ଧା ଆବଶ୍ୟକ ବ୍ୟବସ୍ଥା ସମାପ୍ତ କରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ମେ 2022ର ଡେଡଲାଇନ ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବର୍ତ୍ତମାନ କେବଳ ପୁରୁଷମାନଙ୍କୁ ହିଁ ଏନଡିଏରେ ଏଣ୍ଟ୍ରି ମିଳିଆସିଛି । ଏବେସୁଦ୍ଧା ଦେଶର ସମସ୍ତ ସେନା ମୁଖ୍ୟ ଏନଡିଏରୁ ଆସିଛନ୍ତି।

ଏହାପୂର୍ବରୁ ସେପ୍ଟମ୍ବର 8ରେ ଏନଡିଏ ମାଧ୍ୟମରେ ମହିଳାଙ୍କୁ ସେନାରେ ଭର୍ତ୍ତି ବିଷୟରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ ସରକାର । ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ମାଧ୍ୟମରେ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ସାମିଲ କରାଯିବ । ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାତି ଏନେଇ ବେଞ୍ଚକୁ ଅବଗତ କରିଥିଲେ ଯେ, ତିନି ସେନା ମୁଖ୍ୟଙ୍କ ସହ ପରାମର୍ଶ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ସେନାର ସର୍ବୋଚ୍ଚ ସ୍ତରର ପ୍ରତିନିଧିମଣ୍ଡଳୀ ଏବଂ ସରକାରର ବିଚାରବିମର୍ଶ ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ମାଧ୍ୟମରେ ମହିଳାଙ୍କୁ ସେନାରେ ସୁଯୋଗ ମିଳିବା ନେଇ ନିଷ୍ପତ୍ତି ନିଆଯାଇଥିବା ଖଣ୍ଡପୀଠଙ୍କ ନିକଟରେ ସ୍ପଷ୍ଟ କରିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ।

ମହିଳାଙ୍କୁ NDA ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେବାକୁ ଚାହୁଁଥିବା ଆବେଦନ ଉପରେ ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହାପୂର୍ବରୁ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମହିଳାମାନଙ୍କୁ ସେପ୍ଟେମ୍ବର 5ରେ ଧାର୍ଯ୍ୟ ହୋଇଥିବା NDA ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ ଏବଂ 'ଲିଙ୍ଗଗତ ଭେଦଭାବ' ଉପରେ ଆଧାରିତ ନିଷ୍ପତ୍ତି ପାଇଁ ଭାରତୀୟ ସେନାକୁ ମଧ୍ୟ ନିନ୍ଦା କରିଥିଲେ କୋର୍ଟ । ହେଲେ ମହିଳାମାନେ NDAରେ ଭର୍ତ୍ତି ହୋଇପାରିବେ ଏବଂ ଏହାର ପରୀକ୍ଷା ନଭେମ୍ବର 24କୁ ଘୁଞ୍ଚାଇ ଦିଆଯାଇଥିବା କୋର୍ଟଙ୍କୁ ସ୍ପଷ୍ଟ କରିଥିଲେ ASG ।

ABOUT THE AUTHOR

...view details