ହରିଦ୍ବାର: ଉତ୍ତରାଖଣ୍ଡର ହରିଦ୍ବାର ମହାକୁମ୍ଭ COVID-19 ପରୀକ୍ଷା ଦୁର୍ନୀତିର ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଏନେଇ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ୱାରେଣ୍ଟ ଜାରି କରିଛି । ରବିବାର ଦିନ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଦିଲ୍ଲୀ ଏବଂ ହରିୟାଣା ଅଭିମୁଖେ ବାହାରିଛି ।
ଅଭିଯୁକ୍ତ ମଲ୍ଲିକା ପନ୍ତ, ଶରତ ପନ୍ତ ମ୍ୟାକ୍ସ କର୍ପୋରେଟ ସର୍ଭିସ ଦିଲ୍ଲୀ ଏବଂ ହିସାରର ନାଲୱା ଲ୍ୟାବ ଡ. ନାଭତେଜ ନାଲୱା ବିରୋଧରେ ମହାକୁମ୍ଭରେ ନକଲି କୋଭିଡ ପରୀକ୍ଷଣ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି। ସୂଚନାଥାଉକି ଜୁନ 17 ରେ ଉତ୍ତରାଖଣ୍ଡ ସରକାର ହରିଦ୍ବାର ଜିଲ୍ଲା ପ୍ରଶାସନକୁ ମହାକୁମ୍ଭ ସମୟରେ COVID ପରୀକ୍ଷା ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲା।