ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସଙ୍କଟରେ ସମଗ୍ର ଦେଶରେ ଅକ୍ସିଜେନ ଅଭାବର ସଙ୍କଟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଔଦ୍ୟୋଗିକ ଅକ୍ସିଜେନ ଯୋଗାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।
ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ: ଶିଳ୍ପକୁ ଅକ୍ସିଜେନ ଯୋଗାଣ ବନ୍ଦ, ଅଟକିବନି ଯାତାୟାତ
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଔଦ୍ୟୋଗିକ ଅକ୍ସିଜେନ ଯୋଗାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ମେଡିକାଲ ଅକ୍ସିଜେନ ଯାତାୟତରେ କୌଣସି ରୋକ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛି ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...
କିଛି ସ୍ବତନ୍ତ୍ର ଶ୍ରେଣୀକୁ ଛାଡି ଶିଳ୍ପକୁ ଅକ୍ସିଜେନ ଯୋଗାଣ ବନ୍ଦ ରହିବ । ତେବେ ମେଡିକାଲ ଅକ୍ସିଜେନ ଯାତାୟତରେ କୌଣସି ରୋକ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛି ଗୃହମନ୍ତ୍ରଣାଳୟ । ବିନା ରୋକରେ ମେଡିକାଲ ଅକ୍ସିଜେନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପହଞ୍ଚିବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଗୃହ ସଚିବଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ମେଡିକାଲ ଅକ୍ସିଜେନର ବିନା ରୋକରେ ଆନ୍ତଃରାଜ୍ୟ ଯାତାୟତ ପାଇଁ ସମ୍ପୃକ୍ତ ବିଭାଗକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯିବ । କୌଣସି ବି ଅକ୍ସିଜେନ ଉତ୍ପାଦକ ଓ ଯୋଗାଣକାରୀ ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ । ଚିଠିରେ କୁହାଯାଇଛି ଯେ ସହରଗୁଡିକ ଭିତରେ ମେଡିକାଲ ଅକ୍ସିଜେନ ଯାନବାହନକୁ ବିନା କୌଣସି ପ୍ରତିବନ୍ଧକରେ ଯାତାୟତ କରିବାକୁ ଦିଆଯିବ ।