ଓଡିଶା

odisha

ETV Bharat / bharat

ବିଜେପି ସହ ଲଢିବା ପାଇଁ କୌଣସି ଦଳ ନିକଟରେ ନାହିଁ ଆଦର୍ଶ: ନଡ୍ଡା

ବିଜେପି ସହ ଲଢିବା ପାଇଁ କୌଣସି ଦଳ ନିକଟରେ ଶକ୍ତି ନାହିଁ । ଆସାମରେ ଦଳୀୟ କାର୍ଯ୍ୟାଳୟର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବିରୋଧୀଙ୍କ ପ୍ରତି ଏଭଳି କଡ଼ା ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

By

Published : Oct 8, 2022, 9:02 PM IST

BJP ସହ ଲଢିବା ପାଇଁ କୌଣସି ଦଳ ନିକଟରେ ନାହିଁ ଆଦର୍ଶ: ନଡ୍ଡା
BJP ସହ ଲଢିବା ପାଇଁ କୌଣସି ଦଳ ନିକଟରେ ନାହିଁ ଆଦର୍ଶ: ନଡ୍ଡା

ଦିସପୁର:ଦେଶର ସମସ୍ତ ବିରୋଧୀ ଦଳ ପ୍ରତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP president J P Nadda)ଙ୍କ କଡ଼ା ବୟାନ । ଦେଶରେ ଏମିତି କୌଣସି ଦଳ ନାହିଁ ଯାହା ନିକଟରେ ବିଜେପି ସହିତ ଲଢିବା ପାଇଁ ଆଦର୍ଶ, ଉଦ୍ଦେଶ୍ୟ, ଶକ୍ତି ରହିଥିବ । ସବୁ ଦଳ ନିକଟରେ ଏହି ୩ଟି ଗୁଣର ଅଭାବ ରହିଛି । ଆସାମରେ ଦଳୀୟ କାର୍ଯ୍ୟାଳୟର ଉଦଘାଟନ ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ନଡ୍ଡା । ବିଜେପି ଅନେକ ରାଜ୍ୟରେ ପରିବାରବାଦ ଦଳ (Family-led Parties) ସହିତ ଲଢେଇ କରୁଥିବା ମଧ୍ୟ ସେ କହିଛନ୍ତି ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନଡ୍ଡା କହିଛନ୍ତି, " କୌଣସି ଦଳ ନିକଟରେ ବିଜେପି ସହିତ ଲଢିବା ପାଇଁ ଶକ୍ତି, ଉଦ୍ଦେଶ୍ୟ ଓ ଆଦର୍ଶ ନାହିଁ । କର୍ମକର୍ତ୍ତାଙ୍କ ସହିତ ଭେଟିବା ସମୟରେ ବିଜେପି ଯେପରି ରାଲିର ଆୟୋଜନ କରିଥାଏ ଏପରି କୌଣସି ଦଳ କରିନାହିଁ । କେହି ବି ଏହି ଦଳକୁ ରୋକିପାରିବେ ନାହିଁ ।" ଖାନପଡ଼ାର ଭେଟେରିନାରୀ କଲେଜ ଖେଳ ପଡ଼ିଆରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୪୫ ହଜାର ବିଜେପି କର୍ମକର୍ତ୍ତା ସାମିଲ ହୋଇଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ନଡ୍ଡା ।

ଏହି ସଭାରେ ଦଳୀୟ କର୍ମକର୍ତ୍ତାକୁ ନଡ୍ଡା ସମ୍ବୋଧିତ କରି କହିଥିଲେ ଯେ, " ଆମ ଦଳ ଅନେକ ରାଜ୍ୟରେ ପରିବାରବାଦ ଦଳ ସହିତ ଲଢେଇ କରୁଛି । ସେଥିମଧ୍ୟରେ ଜମ୍ମୁକାଶ୍ମୀର, ପଞ୍ଜାବ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରହିଛି । " ବିଜୁ ଜନତା ଦଳ (BJD) ଓ ଆନ୍ଧ୍ରପ୍ରଦେଶର YSR କଂଗ୍ରେସର ମଧ୍ୟ ସେ ଉଦାହରଣ ଦେଇଛନ୍ତି । ଏହି ୨ ଦଳ ସଂସଦରେ ଏନଡିଏ ସରକାରଙ୍କ ଅନେକ ନିଷ୍ପତ୍ତିକୁ ସମର୍ଥନ କରିଥିବା କହିଛନ୍ତି ନଡ୍ଡା ।

ଏହା ବି ପଢନ୍ତୁ- ଖଡ଼ଗେ ଓ ଥରୁରଙ୍କୁ ରିମୋଟ କଣ୍ଟ୍ରୋଲ କହିବା ଅପମାନଜନକ: ରାହୁଲ ଗାନ୍ଧୀ

ମୋଦି ସରକାର ଆସାମ ଓ ଉତ୍ତର ପୂର୍ବାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚାହୁଁଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦି ଇଷ୍ଟ ପଲିସି ଆକ୍ଟ ଆଣିଛନ୍ତି । ଆସାମରେ ସରବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବରେ ଏହି ନୀତି ଆଧାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏଥିଲାଗି ଆଜି ଆସାମ ଓ ଉତ୍ତରପୂର୍ବାଞ୍ଚଳର ନକ୍ସାରେ ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ନଡ୍ଡା । ଏହି ଅଞ୍ଚଳ ପୂର୍ବରୁ ବନ୍ଦ, ଆନ୍ଦୋଳନ, ବିଦ୍ରୋହ, ବୋମା ବିସ୍ଫୋରଣ ଏବଂ ମୃତଦେହ ନାଁରେ ଚିହ୍ନଟ ହେଉଥିବା ବେଳେ ଏବେ ଏଠାକୁ ଶାନ୍ତି ଫେରିଛି ।

ବିଜେପି ନିଜର କଠିନ ପରିଶ୍ରମ, ନିଷ୍ଠା, ଭାବନା ଓ ନୀତି ପାଇଁ ଆଜି ସଫଳତା ପାଇ ପାରିଛି । ଲୋକସଭାରେ ଆମର ୩୦୦ ସାଂସଦ ରହିଛନ୍ତି । ସେହିପରି ୧୦୫୩ ବିଧାୟକ, ୧୭୦ ମେୟର ଏବଂ ୱାର୍ଡ ଓ ପଞ୍ଚାୟତ ସ୍ତରରେ ହଜାର ହଜାର କର୍ମୀ ରହିଛନ୍ତି । ଦଳର ସମସ୍ତ କର୍ମକର୍ତ୍ତା ଓ କାର୍ଯ୍ୟାଳୟକୁ ନେଇ କଠିନ ପରିଶ୍ରମ ଜାରି ରଖିବା ଓ ଦଳକୁ ଦୃଢ କରିବା ଆମର ଉଦ୍ଦେଶ୍ୟ ହେବା ଉଚିତ ବୋଲି କହିଛନ୍ତି ନଡ୍ଡା ।

ABOUT THE AUTHOR

...view details