ଓଡିଶା

odisha

ETV Bharat / bharat

BoycottPathan: ବିବାଦ ଭିତରେ ମୁହଁ ଖୋଲିଲେ ଶାହାରୁଖ, କହିଲେ ଯାହାବି ହେଉ ପଜିଟିଭ ରହିବା

ବଲିଉଡ଼ ଅଭିନେତା ଶାହାରୁଖଙ୍କ ଆଗାମୀ ଫିଲ୍ମ ପଠାନ୍‌ ବିବାଦରେ ରହିଥିବା ବେଳେ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । ଆଜି ଉଦଘାଟିତ ହୋଇଥିବା ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ କହିଛନ୍ତି ଯାହା ବି ହେଉ ଆମକୁ ସକରାତ୍ମକ ରହିବା ଉଚିତ । ଅଧିକ ପଢନ୍ତୁ

ଯାହା ବି ହେଉ, ଆମକୁ ପଜିଟିଭ ରହିବା ଉଚିତ: ଶାହାରୁଖ
ଯାହା ବି ହେଉ, ଆମକୁ ପଜିଟିଭ ରହିବା ଉଚିତ: ଶାହାରୁଖ

By

Published : Dec 15, 2022, 9:51 PM IST

Updated : Dec 15, 2022, 10:53 PM IST

କୋଲକାତା:ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଆଜି ୨୮ତମ ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ମହୋତ୍ସବ (28th International Film Festival) ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ବଲିଉଡ଼ର ନାମିଦାମୀ କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ଯୋଗଦେଇଛନ୍ତି । ଏଥିରେ ଯୋଗଦେଇ କିଙ୍ଗ ଖାନ ଶାହାରୁଖ (Bollywood Actor Shahrukh Khan) କହିଛନ୍ତି ଯେ ସୋସିଆଲ ମିଡ଼ିଆ ବା ଆମ ଚାରିପାଖରେ ଯେତେ ବି ନକରାତ୍ମକ ପରିସ୍ଥିତି ଆସୁ ତାଙ୍କ ଭଳି ଲୋକ ସକରାତ୍ମକ ଚିନ୍ତାଧାରାର ସହ ବଞ୍ଚିବେ ବୋଲି ସେ କହିଛନ୍ତି । ଶାହାରୁଖଙ୍କ ଆଗାମୀ ଫିଲ୍ମ 'ପଠାନ୍‌'ର ଗୀତକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅଭିନେତାଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସାମାଜିକ ଗଣମାଧ୍ୟମରେ ନକରାତ୍ମକ ଭାବନା ବୃଦ୍ଧି ପାଉଛି । ଆମ ଚାରିପାଖରେ ଯାହା ଘଟିଲେ ବା ନକରାତ୍ମକ ବୃଦ୍ଧି ହେଲେ ବି ଆମକୁ ଓ ସେ ନିଜେ ପଜିଟିଭ ରହିବା ଆବଶ୍ୟକ ବୋଲି କହିଛନ୍ତି । ବିଶ୍ବ ଯାହା କରୁ ଆମକୁ ସର୍ବଦା ସକରାତ୍ମକ ଭାବନା ସହିତ ରହିବା ଆବଶ୍ୟକ ବୋଲି କହିଛନ୍ତି ସେ । ଅନ୍ୟପଟେ ଶାହାରୁଖ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ 'ପଠାନ୍‌'ର ଗୀତକୁ ନେଇ ବିବାଦ ଦେଖାଦେଇଛି । 'ପଠାନ୍‌' ଫିଲ୍ମର 'ବେଶରମ୍‌ ରଙ୍ଗ' ଗୀତ ରିଲିଜ ହେବା ପରେ ଏହାକୁ କିଛି ନାପସନ୍ଦ କରି ଫିଲ୍ମକୁ ବଏକଟ୍‌ କରିବା ଲାଗି ଦାବି କରିଛନ୍ତି । ଏହି ସମୟରେ ଶାହାରୁଖଙ୍କ ଏପରି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଅମିତାଭ ବଚ୍ଚନଙ୍କୁ ‘ଭାରତରତ୍ନ’ ସମ୍ମାନ ମିଳୁ ।

ଏହା ବି ପଢନ୍ତୁ- BoycottPathaan: ଶାହରୁଖଙ୍କ ଫିଲ୍ମ ପଠାନକୁ ବୟକଟ୍‌, ଟ୍ୱିଟରେ ଚାଲିଛି ଜୋରଦାର ଟ୍ରେଣ୍ଡ

କୋଲକାତା ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ ସମାରୋହରେ କିଙ୍ଗ ଖାନଙ୍କ ସମେତ ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ସାମିଲ ହୋଇଛନ୍ତି । କୋଲକାତାର ସୁବାଷ ଚନ୍ଦ୍ର ବୋଷ ଷ୍ଟାଡିୟମର ଏହି ମହୋତ୍ସବ ଆୟୋଜିତ ହୋଇଛି । ଏହାବ୍ୟତୀତ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ମହେଶ ବାବୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କ୍ରିକେଟର ସୌରଭ ଗାଙ୍ଗୁଲି ମଧ୍ୟ ସାମିଲ ହୋଇଛନ୍ତି । ରାଣୀ ବ୍ଲାକ ଶାଢୀ ପିନ୍ଧି ଶାହାରୁଖଙ୍କ ସହିତ ଟ୍ବିନିଂ ହୋଇଛନ୍ତି ।

ପଶ୍ଚିମବଙ୍ଗ ସୂଚନା ଓ ସଂସ୍କୃତି ବ୍ୟାପାର ବିଭାଗ ଏହି ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରିଥିବା ବେଳେ ଏହା ଆଜିଠୁ ଆସନ୍ତା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଥମ ଥର ଲାଗି ୧୯୯୫ ମସିହାରେ କୋଲକାତା ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା । ଏହି ଫେଷ୍ଟିଭାଲରେ ମୋଟ ୧୮୩ ଫିଲ୍ମ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି ।

Last Updated : Dec 15, 2022, 10:53 PM IST

ABOUT THE AUTHOR

...view details