ନୂଆଦିଲ୍ଲୀ:ତାଲିବାନୀ ଶାସନ ଭୟରେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକେ । ତାଲିବାନ ଆତଙ୍କବାଦୀଙ୍କଠାରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି । ଏହି କ୍ରମରେ ଭାରତ ମଧ୍ୟ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସେଠାରୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ମହାମାରୀ ସମୟରେ ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତରଣ ନେଇ କୋରୋନା ଭୟ ମଧ୍ୟ ଦେଖାଦେଇଛି । ଏଣୁ ଆଫଗାନିସ୍ତାନରୁ ଆସୁଥବା ଲୋକେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ପାଇଁ ଦିଲ୍ଲୀରେ ଥିବା ସେନାର ଦକ୍ଷିଣପଶ୍ଚିମ ଚୈଓ୍ବାଲେ ବ୍ୟବସ୍ଥା କରାଯାଇଛି । ସେଠାରେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଛି ।
ସେପଟେ ମଙ୍ଗଳବାର ଆଫଗାନିସ୍ତାନରୁ ଆସିଥିବା 78 ଜଣଙ୍କ ମଧ୍ୟରେ କେହି କୋଭିଡ ପଜିଟିଭ ନଥିବା ITBP ପକ୍ଷରୁ ସୂଚନା ଦିଆଯାଇଛି । ଆଫଗାନରୁ ଆସୁଥିବା ଲୋକଙ୍କୁ ଦକ୍ଷିଣ-ପଶ୍ଚିମର ଛୱଲା ସ୍ଥିତ ଫୋର୍ସର କେନ୍ଦ୍ରରେ 14 ଦିନ କ୍ବାରେଣ୍ଚାଇନରେ ରହିବା ପାଇଁ ସେମାନଙ୍କୁ ସେଠାକୁ ପଠାଯାଇଛି।