ନୂଆଦିଲ୍ଲୀ:ଆଜି ନାଗପୁରବାସୀଙ୍କୁ ମିଳିବ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ (Nitin Gadkari to inaugurate multiple projects in Nagpur) । ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜି ନାଗପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ନିତିନ ଗଡକରୀ
ଆଜି ନାଗପୁରବାସୀଙ୍କୁ ମିଳିବ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ (Nitin Gadkari to inaugurate multiple projects in Nagpur) । ଅଧିକ ପଢନ୍ତୁ
ପ୍ରଥମେ ସାଲିମାର ଇଣ୍ଟଷ୍ଟ୍ରିରେ ଜେନେଟିକ ବାୟୋ ସାଇନ୍ସ ପ୍ରଇଭେଟ ଲିମିଟେଡର ଭୂମି ପୂଜା ହେବ । ଏହାପରେ ନଗର ପ୍ରସାଦରେ ବିଭିନ୍ନ ଉନ୍ନୟମମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ପ୍ରକଳ୍ପର ଭୂମିପୂଜା କରିବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ । ପରେ ପରେ ନାଗପୁର ମୁଖ୍ୟ ରାସ୍ତରେ ପୋହେକର ମଲ୍ଟି ସ୍ପେସିଆଲିଟି ଡେଣ୍ଟାଲ ହସ୍ପିଟାଲର ଉଦଘାଟନ ହେବ । ଅପରାହ୍ନରେ ଉମରେଟର ସକାଦାର ଚୌକରେ ଥିବା ଚୌଧୁରୀ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟରେ ଉଦଘାଟନ କରିବେ ନିତିନ । ଏହାକୁ ମିଶାଇ ମୋଟ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ । ସମସ୍ତ ପ୍ରକଳ୍ପରୁ ନାଗପୁରବାସୀ ଉପକୃୃତ ହେବେ ବୋଲି ଆଶା ରଖିଛନ୍ତି ।
@ANI