ଓଡିଶା

odisha

ETV Bharat / bharat

ମହିଳାଙ୍କ ସୁରକ୍ଷା ପାଇଁ ‘ନିର୍ଭୟା ପାଣ୍ଠି’, ଖର୍ଚ୍ଚ ହୋଇଛି 3 ହଜାର କୋଟିରୁ ଅଧିକ ଅର୍ଥ

ଦେଶରେ ମହିଳାଙ୍କ ସୁରକ୍ଷା ତଥା ନିରାପତ୍ତାକୁ ବଢାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ‘ ନିର୍ଭୟା ପାଣ୍ଠି’ ନାମକ ଏକ ଉତ୍ସର୍ଗୀକୃତ ପାଣ୍ଠି ପ୍ରତିଷ୍ଠା କରିଥିଲେ। ଅଧିକ ପଢନ୍ତୁ...

By

Published : Feb 7, 2021, 1:13 PM IST

ମହିଳାଙ୍କ ସୁରକ୍ଷା ପାଇଁ ‘ନିର୍ଭୟା ପାଣ୍ଠି’
ମହିଳାଙ୍କ ସୁରକ୍ଷା ପାଇଁ ‘ନିର୍ଭୟା ପାଣ୍ଠି’

ହାଇଦ୍ରାବାଦ: ଦେଶରେ ମହିଳାଙ୍କ ସୁରକ୍ଷା ତଥା ନିରାପତ୍ତାକୁ ବଢାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ‘ ନିର୍ଭୟା ପାଣ୍ଠି’ ନାମକ ଏକ ଉତ୍ସର୍ଗୀକୃତ ପାଣ୍ଠି ପ୍ରତିଷ୍ଠା କରିଥିଲେ। ଏପର୍ଯ୍ୟନ୍ତ ନିର୍ଭୟା ପାଣ୍ଠି ଅଧୀନରେ 9288.45 କୋଟି ଟଙ୍କାର ଯୋଜନା କରାଯାଇଛି ।

ମହିଳାଙ୍କ ସୁରକ୍ଷା ପାଇଁ ‘ନିର୍ଭୟା ପାଣ୍ଠି’

5712.85 କୋଟି ଆବଣ୍ଟନ କରାଯାଇଥିବା ବେଳେ 3544.06 କୋଟି ଖର୍ଚ୍ଚ ହୋଇଛି । ନିର୍ଭୟା ପାଣ୍ଠି ଅଧୀନରେ ଅଫିସରଙ୍କୁ ନେଇ ସଶକ୍ତିକରଣ କମିଟି (ଇସି) ଗଠନ କରାଯାଇଛି । ସଂପୃକ୍ତ ବିଭାଗ ସହ ମିଳିତ ଭାବରେ ନିର୍ଭୟା ପାଣ୍ଠି ଅଧୀନରେ ଅର୍ଥ ପ୍ରଦାନ ପାଇଁ ପ୍ରସ୍ତାବ ସୁପାରିଶ କରାଯାଇଛି। ସଶକ୍ତିକରଣ କମିଟି ମୂଲ୍ୟାଙ୍କନ ପରେ ସଂପୃକ୍ତ ବିଭାଗ ଗୁଡ଼ିକ ନିଜ ନିଜ ବଜେଟରୁ ପାଣ୍ଠି ମୁକ୍ତ କରିବେ । ଏହାର ଆରମ୍ଭରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବର୍ଷ ଓ ପ୍ରକଳ୍ପକୁ ଧ୍ୟାନରେ ରଖି ପାଣ୍ଠି ଆବଣ୍ଟନ କରାଯାଇଥିଲା । 2014 ମସିହାରେ ଏ ପାଣ୍ଠିରେ ସମସ୍ତ ଅନୁଦାନକୁ ବାଣ୍ଟି ଦିଆଯାଇଛି ।

ମହିଳାଙ୍କ ସୁରକ୍ଷା ପାଇଁ ‘ନିର୍ଭୟା ପାଣ୍ଠି’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details