ଓଡିଶା

odisha

ETV Bharat / bharat

ମୁମ୍ବାଇରେ କୋଠା ଭୁଶୁଡିବା ଘଟଣା, ମାଲିକ-କଣ୍ଟ୍ରାକ୍ଟର ବିରୁଦ୍ଧରେ ମାମଲା ରୁଜୁ - କୋଠା ଭୁଷୁଡି 9 ମୃତ

ଦିନସାରା ପ୍ରବଳ ବର୍ଷା ପରେ ମୁମ୍ବାଇର ପଶ୍ଚିମ ଉପକଣ୍ଠରେ ଭୁଷୁଡିଲା ଚାରି ମହଲା କୋଠା । ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଦିନସାରା ବର୍ଷା ପରେ ମୁମ୍ବାଇରେ ଭୁଷୁଡିଲା କୋଠା, 9 ମୃତ
ଦିନସାରା ବର୍ଷା ପରେ ମୁମ୍ବାଇରେ ଭୁଷୁଡିଲା କୋଠା, 9 ମୃତ

By

Published : Jun 10, 2021, 7:03 AM IST

Updated : Jun 10, 2021, 1:02 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ପଶ୍ଚିମ ଉପକଣ୍ଠରେ ଭୁଷୁଡିଲା ଚାରି ମହଲା କୋଠା । ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 8 ଜଣ ଗୁରୁତର । ଗୁରୁତରଙ୍କୁ BDBA ନଗର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ତେବେ ମୃତକଙ୍କ ମଧ୍ୟରେ ମହିଳା ଓ ପୁରୁଷଙ୍କ ସମେତ 7 ଜଣ ଛୋଟ ଛୁଆ ରହିଥିବା ଜଣାପଡିଛି । ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ।

ଦିନସାରା ବର୍ଷା ପରେ ମୁମ୍ବାଇରେ ଭୁଷୁଡିଲା କୋଠା, 11 ମୃତ
ଦିନସାରା ବର୍ଷା ପରେ ମୁମ୍ବାଇରେ ଭୁଷୁଡିଲା କୋଠା, 9 ମୃତ

ସୂଚନାଯୋଗ୍ୟ, ଦିନସାରା ପ୍ରବଳ ବର୍ଷା ପରେ ମାଲାଡ ମାଲଭାନୀର ନିଉ କଲେକ୍ଟର କମ୍ପାଉଣ୍ଡ ଅଞ୍ଚଳରେ ରାତି ପ୍ରାୟ 11ଟା 10 ସମୟରେ ଏହି କୋଠାଟି ଭୁଷୁଡିଥିଲା । ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ କୋଠା ତଳେ ଫସି ରହିଥିବା ମହିଳା ଓ ଶିଶୁଙ୍କ ସମେତ ପ୍ରାୟ 15 ଜଣଙ୍କୁ ଉଦ୍ଧାର କରାଯାଇଛି । ସେପଟେ କୋଠାଟି ସରକାରୀ କିମ୍ବା ଅଣଆନୁଷ୍ଠାନିକ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ହସ୍ପିଟାଲରେ ପହଞ୍ଚି ଗୁରୁତରଙ୍କୁ ଦେଖାକରି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ସେପଟେ କୋଠାର ମାଲିକ ଏବଂ କଣ୍ଟ୍ରାକ୍ଟର ବିରୁଦ୍ଧରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନାଥାଉ କି, ବାତ୍ୟା ତାଉତେ ପରେ ସେମାନେ ବିଲ୍ଡିଂର କିଛି ଗଠନମୂଳକ ପରିବର୍ତ୍ତନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 10, 2021, 1:02 PM IST

ABOUT THE AUTHOR

...view details