ଓଡିଶା

odisha

ETV Bharat / bharat

Terror Attack Case: ଜମ୍ମୁର ବିଭିନ୍ନ ସ୍ଥାନରେ NIA ଚଢାଉ

ଦକ୍ଷିଣ କାଶ୍ମୀରରେ ଏନକାଉଣ୍ଟରକୁ ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ । ଅଧିକ ପଢନ୍ତୁ

By

Published : Jun 20, 2022, 1:22 PM IST

Terror attack case: ଜମ୍ମୁର ବିଭିନ୍ନ ସ୍ଥାନରେ NIA ଚଢାଉ
Terror attack case: ଜମ୍ମୁର ବିଭିନ୍ନ ସ୍ଥାନରେ NIA ଚଢାଉ

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଏନକାଉଣ୍ଟରକୁ ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) କର୍ମଚାରୀଙ୍କ ସହଯୋଗରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।


ସୂଚନାଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ 11ରେ ପୁଲୱାମାର ଦରାସଗଡରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏହି ଚଢାଉ କରାଯାଇଛି । ଏହି ମାମଲାରେ ପଚରାଉଚରା ପାଇଁ NIA କିଛି ସନ୍ଦିଗ୍ଧଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନେଇଥିବା ସୂଚନା ରହିଛି । ଟେରର ଫଣ୍ତିଂ ମାମଲା ନେଇ ବାରମୁଲାର ୩ଟି ସ୍ଥାନ ଏବଂ ହଣ୍ତଓ୍ବାରେ ଚଢାଉ କରିଥିଲା । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଥ ଯୋଗାଉଥିବାର ଅଭିଯୋଗ ହୋଇଛି । ଜାମ୍ମୁ କାଶ୍ମୀର ଏବଂ ପାକିସ୍ତାନ ସୀମା ମଧ୍ୟରେ ଏ କାରବାର ହେଉଥିବାର ଜଣାପଡିଛି ।

ଏହି ଘଟଣାରେ 2008 ମସିହାରେ ସଲାମାବାଦ, ବାରାମୁଲ୍ଲା ଜିଲ୍ଲାର ଉରି ଏବଂ ପୁଞ୍ଚ ଜିଲ୍ଲାର ଚାକାନ-ଦା-ବାଗରେ ଅବସ୍ଥିତ ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର (TFC) ମାଧ୍ୟମରେ ବାଣିଜ୍ୟ ଆରମ୍ଭ ହୋଇଥିଲା । 16 ଡିସେମ୍ବର 2016ରେ ଏନଆଇଏ ଦ୍ବାରା ମାମଲା ପଞ୍ଜିକୃତ ହୋଇଥିଲା ।

ABOUT THE AUTHOR

...view details