ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି(ବୁଧବାର) ସୀମାରେ ବିଭିନ୍ନ ସ୍ଥାନରେ ଚଢାଇ କରି ଏନଆଇଏ । ପ୍ରାଥମିକ ସୂଚନା ଅନୁସାରେ ବାରମୁଲ୍ଲାରେ ଚଢାଉ କରିଛି ଏନଆଇଏ । ଚଢାଉ ବେଳର ଭିଡିଓ ଆମର ହସ୍ତଗତ ହୋଇଛି । ଏହି ଚଢାଉ ଟେରର ଫଣ୍ଡିଂ ମାମଲାରେ ହୋଇଥିବା ଜଣାପଡିଛି ।
Terror Funding Case: ଜମ୍ମୁର ବିଭିନ୍ନ ସ୍ଥାନରେ NIA ଚଢାଉ - ଟେରର ଫଣ୍ଡିଂ ମାମଲା
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି(ବୁଧବାର) ସୀମାରେ ବିଭିନ୍ନ ସ୍ଥାନରେ ଚଢାଇ କରି ଏନଆଇଏ । ଅଧିକ ପଢନ୍ତୁ
ବର୍ତ୍ତମାନ ଚଢାଉ କରାଯାଉଥିବା ସ୍ଥାନଗୁଡିକ ମଧ୍ୟରେ ପୁରୁଣା ବାରମୁଲ୍ଲାରେ ରହୁଥିବା ଜାହୁର ଅହମ୍ମଦ ମାଲ୍ଲାଙ୍କ ପୁଅ ବସିକ ଅହମ୍ମଦ ମାଲ୍ଲାଙ୍କ ବାସଭବନରେ ଚଢାଉ ହୋଇଛି । ଯିଏକି ବର୍ତ୍ତମାନ ଉଦ୍ଧମପୁର ଜେଲରେ ଅଛନ୍ତି । ଏହାସହିତ ଖାୱାଜାବାଗର ବାରମୁଲ୍ଲା ଗୁଲାମ ମହମ୍ମଦ ଭଟଙ୍କ ପୁଅ ମେହେରାଜ ଦିନ ଭଟ୍ଟ ଏବଂ ଖରିଦ ଶେଖ, ଫିରୋଜ ମହମ୍ମଦ ଶେଖ, ହୋଟେଲ ହିଲଟନ୍ ପହଲଗାମର ମାଲିକ ଜାହୁର ଶେଖଙ୍କ ଘରେ ଚଢାଉ ହୋଇଛି ।
ଏହି ଚଢାଉରେ ଏନଆଇଏ ସହ ସିଆରପିଏଫ ଯବାନ ଏବଂ ଜମ୍ମୁ-କାଶ୍ମୀର ପୋଲିସ ମଧ୍ୟ ସାମିଲ ହୋଇଛନ୍ତି । ଟେରର ଫଣ୍ଡିଂ ମାମଲାରେ ଜମ୍ମୁ-କାଶ୍ମୀରରେ ଅଧିକାଂଶ ସମୟରେ ଏନଆଇଏର ଚଢାଉ ଜାରି ରହିଛି ।