ଶ୍ରୀନଗର:ଆକ୍ସନ ମୋଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲା ସନ୍ଦେହରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ସଂଗ୍ରହରେ ଯେଉଁମାନେ ଜଡିତ ଅଛନ୍ତି ସେମାନଙ୍କୁ ଖୋଜୁଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ।
କୁଲଗାମ, ପୁଲୱାମା, ଅନନ୍ତନାଗ ଓ ସୋପିଆନ ଅଞ୍ଚଳରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ହୁରିୟାତ ନେତା କ୍ବାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ମୁକ୍ତି ଆନ୍ଦୋଳନ ଅଧ୍ୟକ୍ଷ ଜାଫର ଭଟ୍ଟଙ୍କ ଘରେ ମଧ୍ୟ ଛାପା ମାରିଛି ଏନଆଇଏ ।
ଏହା ପୂର୍ବରୁ ଫେବୃଆରୀ 21 ତାରିଖରେ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶର ପ୍ରାୟ 70ଟି ଠିକଣାରେ ଏନଆଇଏ ରେଡ କରିଥିଲା । ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିନ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସର୍ଚ୍ଚ ଅପରେସନ କରାଯାଉଛି ।
ଏହା ବି ପଢନ୍ତୁ....ମୃତ ପୁଅ ସ୍ମୃତିରେ ବାଇକ୍ ମ୍ୟୁଜିୟମ ତିଆରି କଲା ମା‘, ବୁଲିଥିଲେ 50ଦେଶ
ପିଏଫଆଇ ଉପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପ୍ରକିବନ୍ଧକ ଲଗାଇବା ପୂର୍ବରୁ ଏନଆଇଏ ପିଏଫଆଇର ବିଭିନ୍ନ ସଂଗଠନ ଉପରେ ଚଢାଉ କରିଥିଲା । ଏକାଧିକ ସ୍ଥାନରେ ଆତଙ୍କୀ ପାଣ୍ଠି ଯୋଗାଡ, ମଦ୍ରାସାରେ ଆତଙ୍କବାଦୀ ଷଡଯନ୍ତ୍ର, ବିଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଅଭିଯୋଗରେ ପିଏଫଆଇର ଏକାଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ବ୍ୟାନ୍ ଘୋଷଣା କରିଥିଲେ ।
ଏହା ବି ପଢନ୍ତୁ...ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରଖା ଯାଦବଙ୍କ ଆଉ ଏକ ରେକର୍ଡ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ
ଗତବର୍ଷ ଡିସେମ୍ବର 23 ତାରିଖରେ ଟେରର ଫଣ୍ଠିଂ ମାମଲାରେ ଜାମ୍ମୁ କାଶ୍ମୀରର 14ଟି ସ୍ଥାନରେ ଏନଆଇଏ ରେଡ କରିଥିଲା । କୁଲଗାମ, ପୁଲୱାମା, ଅନନ୍ତନାଗ ଓ ସୋପର ଅଞ୍ଚଳରେ ଚଢାଉ ହୋଇଥିଲା । ଏହି ସର୍ଚ୍ଚ ଅପରେସନରେ ଡିଜିଟାଲ ଯନ୍ତ୍ରପାତି, ସିମ କାର୍ଡ ଓ ଡିଜିଟାଲ ଷ୍ଟୋରେଜ ଯନ୍ତ୍ର ଜବତ ହୋଇଥିଲା । ଗତବର୍ଷ ନଭେମ୍ବରରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦେଶରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ପଞ୍ଜାବର 4 ଜିଲ୍ଲା ସମେତ ରାଜସ୍ଥାନ ଏବଂ ଦିଲ୍ଲୀର କିଛି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ଆତଙ୍କବାଦୀ ନେଟୱାର୍କକୁ ଧ୍ବଂସ ଓ ଅପରାଧୀଙ୍କୁ କାବୁ କରିବାକୁ ସଂସ୍ଥା ଇନପୁଟ ସୂଚନା ଆଧାରରେ କ୍ରମାଗତ ଚଢାଉ ଜାରି ରଖିଛି ।