ଓଡିଶା

odisha

କାଶ୍ମୀରରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ, ପୁଣି ଛାପା ମାରିଲା NIA

ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆଜି ଏନଆଇଏ ପକ୍ଷରୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ କରାଯାଉଛି ରେଡ । ଅଧିକ ପଢନ୍ତୁ...

By

Published : Oct 29, 2021, 12:13 PM IST

Published : Oct 29, 2021, 12:13 PM IST

ପୁଣି ଜମ୍ମ କାଶ୍ମୀରରେ NIAର ଚଢାଉ
ପୁଣି ଜମ୍ମ କାଶ୍ମୀରରେ NIAର ଚଢାଉ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆଜି ଏନଆଇଏ ପକ୍ଷରୁ ଜମ୍ମୁ କାଶ୍ମୀରର ବାରମୁଲ୍ଲା, ସୋପୋର, ସୃମରବର୍ଗ ଲାସଜନରେ ଏନଆଇଏ ପକ୍ଷରୁ ରେଡ କରାଯାଇଛି । ଏନଆଇଏର ଏ ଅପରେସନରେ ପୋଲିସ ଏବଂ ସିଆରପିଏଫ ମଧ୍ୟ ସାମିଲ ହୋଇଥିଲେ । ସୃମରବର୍ଗ ଲାସଜନ ଅଞ୍ଚଳରେ ଥିବା ଅମୀର ଅହେମ୍ମଦ ଗୋଜରୀଙ୍କ ଘରେ ଚଢାଉ କରାଯାଇଥିଲା । ଏହାପୂର୍ବରୁ ବୁଧବାର ଦିନ ଜମ୍ମୁ-କାଶ୍ମୀରର ସାତୋଟି ଜିଲ୍ଲାର 17ଟି ସ୍ଥାନରେ ଛାପା ମାରିଥିଲା ଏନଆଇଏ । ଜାମାତ-ଇ-ଇସଲାମି (ଜେଇଏଲ) ଆତଙ୍କବାଦୀ ପାଣ୍ଠି ମାମଲାରେ ଏଜେନ୍ସି ରେଡ କରିଥିଲା ।

ଚଳିତ ବର୍ଷ ଫେବୃଆରୀ ୫ ତାରିଖରେ ଜାମାତ-ଇ-ଇସଲାମିର ଆତଙ୍କୀ କାର୍ଯ୍ୟକଳାପ ନେଇ ଏନଆଇଏ ଏକ ମାମଲା ରୁଜୁ କରିଥିଲା । ଯାହା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟକଳାପ ବୋଲି ଫେବୃଆରୀ 28, 2019ରେ କୁହାଯାଇଥିଲା । ଖାଲି ସେତିକି ନୁହେଁ, ଗତ ବର୍ଷ ଠାରୁ ସରକାର କାଶ୍ମୀର ଜମାତ-ଇ-ଇସଲାମି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାସହ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେବେ ଠାରୁ ଜମାତ-ଇ-ଇସଲାମି ସହ ଜଡିତ ଲୋକଙ୍କ ଘରେ ଅନେକ ଥର ଚଢାଉ ମଧ୍ୟ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details