ହାଇଦ୍ରାବାଦ: PFI(Popular Front of India) ଷଡଯନ୍ତ୍ର ମାମଲାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ସ୍ଥାନରେ ଏନଆଇଏ ରେଡ୍(NIA conducts searches in AP, Telangana) । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଜି ଆନ୍ଧ୍ରପ୍ରଦେଶର କୁର୍ନୂଲ, ନେଲ୍ଲୋର, କଡପା, ଗୁଣ୍ଟୁର ଓ ତେଲେଙ୍ଗାନା ନିଜାମବାଦ ସମେତ ୨୪ ସ୍ଥାନରେ ଏକକାଳୀନ ଚଢାଉ କରିଛି ।
ଆତଙ୍କୀ କାର୍ଯ୍ୟକଳାପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI)ର ସଦସ୍ୟମାନେ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । PFI ସଦସ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଶାହାଦୁଲ୍ଲାଙ୍କ ବାସଭବନରେ ଛାନଭିନ୍ କରାଯାଉଥିବା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, NIAର ୨୪ଟି ଟିମ୍ ଦୁଇ ରାଜ୍ୟର ୨୪ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଦୁଇ ଡର୍ଜନରୁ ଅଧିକ ନେତାଙ୍କ ଠିକଣାରେ ରେଡ୍ କରାଯାଉଛି ।
ଏପରିକି ଶାହଦୁଲ୍ଲା, ମହମ୍ମଦ ଅବଦୁଲ ମୋବିନଙ୍କ ସମେତ କେତେଜଣ ସଦସ୍ୟଙ୍କୁ ମଧ୍ୟ ଉଠାଇ ନିଆଯାଇ ପଚରାଉଚରା କରାଯାଉଛି । ଟିମ୍ ହାଇଦ୍ରାବାଦର ନିଜାମବାଦ ସ୍ଥିତ APHB କଲୋନୀରେ ପହଞ୍ଚି ସେଠାରେ ରହୁଥିବା ଶାହିଦ୍ ଚୌଶି ନାମକ ବ୍ୟକ୍ତିଙ୍କ ବାସଭବନରେ ରେଡ୍ କରିଛି । ଏନଆଇଏ ଅଧିକାରୀମାନେ ତାଙ୍କ ପାସ୍ପୋର୍ଟ ଏବଂ ବ୍ୟାଙ୍କ ପାସବୁକ ଜବତ କରିଥିବାର ସୂଚନା ମିଳିଛି ।