ଓଡିଶା

odisha

ETV Bharat / bharat

ଆତଙ୍କୀ ଷଡଯନ୍ତ୍ର ମାମଲା, ୨ ସନ୍ଦିଗ୍ଧଙ୍କୁ ବାନ୍ଧିଲା NIA

ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ ପ୍ରମୁଖ ସହରରେ ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଜି ଦୁଇ ସନ୍ଦିଗ୍ଧଙ୍କୁ କାବୁ କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା । ଅଧିକ ପଢନ୍ତୁ...

By

Published : Oct 31, 2021, 2:26 PM IST

ଆତଙ୍କୀ ଷଡଯନ୍ତ୍ର ମାମଲା, ୨ ସନ୍ଦିଗ୍ଧଙ୍କୁ ବାନ୍ଧିଲା NIA
ଆତଙ୍କୀ ଷଡଯନ୍ତ୍ର ମାମଲା, ୨ ସନ୍ଦିଗ୍ଧଙ୍କୁ ବାନ୍ଧିଲା NIA

ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଏ ନେଇ ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାପା ମରା ଯାଇଥିଲା । କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ ପ୍ରମୁଖ ସହରରେ ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଜି ଦୁଇ ସନ୍ଦିଗ୍ଧଙ୍କୁ କାବୁ କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ।

ଗିରଫ ଅଭିଯୁକ୍ତ ହେଲେ ଇସଫାକ ଅହମ୍ମଦ ୱାନି ଓ ଉମର ଭଟ୍ଟ । ଜମ୍ମୁ-କାଶ୍ମୀର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢାଉ ବେଳେ ଉଭୟଙ୍କୁ ଗିରଫ କରିଛି ଏନଆଇଏ । ଜମ୍ମୁ-କାଶ୍ମୀର ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରେ ଲସ୍କର-ଏ-ତୋଏବା (ଲେଟି), ଜୈସ-ଏ-ମହମ୍ମଦ (ଜେଏମ), ହିଜବ-ଉଲ-ମୁଜାହିଦ୍ଦିନ (ଏଚଏମ), ଅଲ ବଦର ଏବଂ ସେମାନଙ୍କ ଦ୍ବାରା ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରାଯାଇଥିବା ଜଣାପଡିଥିଲା । ଏନ୍ଆଇଏ ଚଳିତ ବର୍ଷ ଅକ୍ଟୋବର 10ରେ ମାମଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା 25 ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଏନଆଇଏ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ଆତଙ୍କବାଦୀ ସହଯୋଗୀ ତଥା ବିଭିନ୍ନ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏମାନେ ଆତଙ୍କବାଦୀଙ୍କୁ ସାମଗ୍ରୀ ତଥା ସାମଗ୍ରୀକ ସହାୟତା ପ୍ରଦାନ କରୁଥିବା କହିଛି ଏନଆଇଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details