ଓଡିଶା

odisha

ETV Bharat / bharat

କାଶ୍ମୀର ସାମ୍ବାଦିକଙ୍କୁ ବାନ୍ଧିଲା NIA

କାଶ୍ମୀର ଯୁବ ସାମ୍ବାଦିକ ଇରଫାନ ମେହେରାଜଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଆର୍ମି ମିଛ ଏନକାଉଣ୍ଟର କରୁଥିବା ଦର୍ଶାଇ ଗତବର୍ଷ ପ୍ରକାଶିତ କରିଥିଲେ ଖବର । ଅଧିକ ପଢନ୍ତୁ

କାଶ୍ମୀର ସାମ୍ବାଦିକଙ୍କୁ ବାନ୍ଧିଲା NIA
କାଶ୍ମୀର ସାମ୍ବାଦିକଙ୍କୁ ବାନ୍ଧିଲା NIA

By

Published : Mar 21, 2023, 10:44 PM IST

ଶ୍ରୀନଗର:ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେ କାଶ୍ମୀରର ଯୁବ ସାମ୍ବାଦିକ । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଯୁବ ସାମ୍ବାଦିକ ଇରଫାନ ମେହେରାଜଙ୍କୁ ଗିରଫ କରିଛି । ଆଜି (ମଙ୍ଗଳବାର) ଇରଫାନଙ୍କୁ ତାଙ୍କ ଶ୍ରୀନଗର ସ୍ଥିତ ଘରୁ ତାଙ୍କୁ ଗିରଫ କରି ନୂଆଦିଲ୍ଲୀକୁ ସ୍ଥାନାନ୍ତର କରିଛି NIA । ରିପୋର୍ଟରେ କୁହାଯାଇଛି ଯେ NIA ରେ ପଞ୍ଜୀକୃତ FIR ନମ୍ବର RC-37/2020 ମାମଲାରେ ଇରଫାନଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA) ଅଧୀନରେ ଗିରଫ କରାଯାଇଛି ।

ଇରଫାନ୍ ମେହେରାଜଙ୍କ ଗିରଫଦାରୀ ସମ୍ପର୍କରେ ଏନ୍ଆଇଏ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ । ଇରଫାନ୍ ଶ୍ରୀନଗରରର ବାସିନ୍ଦା ଏବଂ ବର୍ତ୍ତମାନ ଟୁ ସର୍କଲ୍ସ ଡଟ୍ ନେଟ (TwoCircles.net ) ନାମକ ଏକ ଓ୍ବେବସାଇଟ ସଞ୍ଚାଳିତ କରୁଛନ୍ତି । ସେ ଏହାର ଅନଲାଇନ୍ ଏଡିଟର୍ ଭାବରେ କାର୍ଯ୍ୟ କରୁଛନ୍ତି । ଏହାପୂର୍ବରୁ ସେ ଆଞ୍ଚଳିକ ଇଂରାଜୀ ଦୈନିକ ଖବର କାଗଜ "ରାଇଜିଂ କାଶ୍ମୀର"ରେ ମଧ୍ୟ ସହ-ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।

ଇରଫାନ୍ କିଛି ଅନ୍ତର୍ଜାତୀୟ ସମ୍ବାଦ ସଂଗଠନ ସହିତ ଫ୍ରିଲାନ୍ସିଂ ମୋଡରେ ମଧ୍ୟ କାମ କରିଥିଲେ । ଘାଟିରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କିଲିଂ ଏବଂ ଶୋପିଆନ ରଜୌରୀରେ ତିନିଜଣ ସାଧାରଣ ନାଗରିକଙ୍କୁ ସେନା ନକଲି ଏନକାଉଣ୍ଟର କରିଥିବା ସେ ରିପୋର୍ଟ ପ୍ରସ୍ତୁତ କରିଥିଲେ । ସେନା ମିଛ ଏନକାଉଣ୍ଟରରେ ସାଧାରଣ ଲୋକଙ୍କୁ ହତ୍ୟା କରି ଆତଙ୍କବାଦୀ ବୋଲି ଦର୍ଶାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଭାରତୀୟ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଥିଲେ ସାମ୍ବାଦିକ ଇରଫାନ୍ । ପରେ ତାଙ୍କ କାର୍ଯ୍ୟକଳାପ ଉପରେ ସଂସ୍ଥା ନଜର ରଖିଥିଲା ।

ତେବେ ଏହା ତାଙ୍କ ବିରୋଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ । ଗତ ବର୍ଷ ମଧ୍ୟ ସମାନ ମାମଲାରେ ଇରଫାନଙ୍କୁ ପଚରାଉଚରା କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ସେ ମାନବାଧିକାର କର୍ମୀ ଖୁରାମ ପରଭେଜଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ସଂଗଠନ (ଏନଜିଓ) ଜାମ୍ମୁ କାଶ୍ମୀର ଆଲାଇନ୍ସ ଅଫ୍ ସିଭିଲ ସୋସାଇଟି ସହ ମଧ୍ୟ କାର୍ଯ୍ୟ କରିଥିଲେ । 2021 ମସିହାରେ NIA ଦ୍ୱାରା UAPA ଅଧୀନରେ ପରଭେଜଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେ ମଧ୍ୟ ଏବେ ଜେଲରେ ଅଛନ୍ତି । ଏବେ ଇରଫାନଙ୍କୁ ଗିରଫ କରାଯାଇଛି । ତଦନ୍ତକାରୀ ସଂସ୍ଥା ତାଙ୍କୁ ଦିଲ୍ଲୀ ଆଣି ଅଧିକ ଜେରା କରୁଥିବା ସୂଚନା ମିଳିଛି । ତାଙ୍କ ଲିଙ୍କ କାଶ୍ମୀରର ବିଛିନ୍ନତାବାଦୀ ସଂଗଠନଙ୍କ ସହ ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details