ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... 1. ଭୟଙ୍କର ରୂପରେ ଉପକୂଳ ମୁହାଁ ହେଉଛି ବାତ୍ୟା ୟାସ୍ । ଆଜିଠୁ ଆରମ୍ଭ ହେବ ପ୍ରକୋପ, 26 ଯାଏଁ ରଚିବ ତାଣ୍ଡବ ।
2. ବାତ୍ୟା ପାଇଁ ଆଜିଠୁ ଗୁଜ ଅନକୂଳ ନୀତି ପରେ ରଥଖଳା କାର୍ଯ୍ୟ ସ୍ଥଗିତ ।
3. ଆଜି 6 ଜିଲ୍ଲାରେ ଟୀକାକରଣ ବନ୍ଦ । ଅନ୍ୟ ଜିଲ୍ଲାର 608ଟି କେନ୍ଦ୍ରରେ ଦିଆଯିବ ଟିକା ।
4. ଆଜିଠୁ 27 ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ କୋଭିଟ ଟେଷ୍ଟିଂ, ଟୀକାକରଣ ଓ ଘରକୁ ଘର ସର୍ଭେ ବାତିଲ ।
5. ବାତ୍ୟା ୟାସ୍ ପାଇଁ ଆଜି ମଧ୍ୟ 10 ଜିଲ୍ଲାରେ ସକାଳ 7ଟାରୁ 11ଟା ପରିବର୍ତ୍ତେ ଦିନ 1ଟା ଯାଏଁ ଲକଡ଼ାଉନ କଟକଣା କୋହଳ ।
6. ଆଜି ବି କୋଲକାତା ହାଇକୋର୍ଟରେ ନାରଦା ଷ୍ଟିଙ୍ଗ ମାମଲାର ଶୁଣାଣି ଜାରି ରହିବ ।
7. ଆଜି କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
8. ରାଜଧାନୀବାସୀ ବାତ୍ୟା ଲାଗି ସ୍ଥାନାନ୍ତର ହେବେ କି ନାହିଁ ତାହା ଆଜି ମଧ୍ୟାହ୍ନ ସୁଦ୍ଧା ନିଆଯିବ ନିଷ୍ପତ୍ତି । ସୂଚନା ଦେଲା ବିଏମସି ।
9. ଆଜି ବି ଭୁବନେଶ୍ବର ଓକିଲ ସଂଘର 18ରୁ 44 ବର୍ଷ ବୟସ୍କଙ୍କ ଜାରି ରହିବ ଟୀକାକରଣ । ସୂଚନା ଦେଲେ ସଂଘ ସମ୍ପାଦକ ରାଜକିଶୋର ଦାସ ।
10. ଆଜି ଲୋକପ୍ରିୟ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜନ୍ମତିଥି । ଅନେକ ଭକ୍ତି ସଂଗୀତ ଗାଇ ସେ ଓଡିଆ ଘରେ ଘରେ ପରିଚିତ ।